No Result
View All Result
୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ )କଟକ/ନୂଆ ଦିଲ୍ଲୀ :- ଦେଶରେ ଥିବା ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନଙ୍କୁ ସର୍ବନିମ୍ନ ମାସିକ ୯୦୦୦ ଟଙ୍କା ପେନସନ ଏବଂ ସୂପ୍ରୀମ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ଦେବା ଲାଗି ଦାବି କରି ବାମ ଦଳର ସାଂସଦମାନେ ଗତ କାଲି ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣାରେ ବସିଥିଲେ ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତ ସାଂସଦ ଏବଂ ସଂପୃକ୍ତ ବାମ ଦଳ ମାନଙ୍କୁ ଇପିଏଫ ପେନସନର୍ସ ଆସୋସିଏସନ୍ ତରଫରୁ ସର୍ବଭାରତୀୟ ଉପସଭାପତି ତଥା ଓଡ଼ିଶାର ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।
ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଶ୍ରମ ମନ୍ତ୍ରୀ ଭୁପେନ୍ଦର ଯାଦବ ଦେଶର ଥିବା ପଞ୍ଚସ୍ତରୀ ଲକ୍ଷ୍ୟ ଇପିଏଫ ପେନସନ ଭୋଗୀ ମାନଙ୍କ ଦୟନୀୟ ଆର୍ଥିକ ସ୍ଥିତିକୁ ସହୃଦୟତାର ସହ ବିଚାର କରି ପେନସନ ବୃଦ୍ଧି ଲାଗି ତ୍ଵରିତ ପଦକ୍ଷେପ ନେବାକୁ ଶ୍ରୀ ବ୍ରହ୍ମା ଦୃଢ଼ ଦାବି ଜଣାଇଛନ୍ତି ।

No Result
View All Result