No Result
View All Result
୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ପଞ୍ଚସଖା ଜଳ ବିଭାଜିକା କମିଟି ଭାଲୁଜୁରି,ଭାଲୁପିଟା, ରେଙ୍ଗଟା ସିଲ,ମୁଦଘାଟ ଓ ମସିଣାଛାପର ତରଫ ରୁ ଚାଷୀ ମାନଙ୍କୁ ନେଇ ଏକ ଚାଷୀ ସମାବେଶ ଆୟୋଜିତ ହୋଇଥିଲା ।ଏଥିରେ ଧୁବଳପଡା ସରପଞ୍ଚ ଶ୍ରୀମତୀ କସ୍ତୁରୀ ଭୋଇ ମୂଖ୍ଯ ଅତିଥି ଭାବରେ ଯୋଗଦେଇ ଚାଷୀ ମାନଙ୍କୁ ଉନ୍ନତମାନର ଚାଷ କରିବାକୁ ଚାଷୀ ମାନଙ୍କୁ କହିଥିଲେ।ଏଥିରେ ଜଳବିଭାଜିକାର ପ୍ରକଳ୍ପ ନିର୍ବାହୀ ଅଧିକାରୀ ଶ୍ରୀ ରଜନୀ କୁମ୍ଭାର ଓ ଓଭରସିୟର ପ୍ରଫୁଲ୍ଲ କୁମାର ପ୍ରଧାନ ଯୋଗଦେଇ ଚାଷୀମାନଙ୍କୁ ବୈଗ୍ୟାନିକ ପ୍ରଣାଳୀରେ ଚାଷ କରି ଆୟ କୁ ବର୍ଦ୍ଧିତ କରିବାକୁ ପରାମର୍ଶ ଦେଇଥିଲେ।
ଜଳବିଭାଜିକା କମିଟି ତରଫ ରୁ ଚାଷୀମାନଙ୍କୁ ଦଳ ଗଠନ କରାଯାଇ ସମୁଦାୟ ୨୧ ଟି ପାଣିପମ୍ଫ ବଣ୍ଟନ କରାଯାଇଥିଲା।ଜଳବିଭାଜିକା ଉନ୍ନୟନ ଦଳ ର ସଦସ୍ଯ ଶ୍ରୀ ସୌକିଲାଲ ସାହୁ,ଶ୍ରୀ ଗୋପାଳ ସାହୁ ,ଶ୍ରୀ ରାଜକୁମାର ମାରାଣ୍ଡି,ଶ୍ରୀ ଅଜୟ କୁମାର ରାଉତ ସମାବେଶ ରେ ଉପସ୍ଥିତ ଥିବାବେଲେ କମିଟିର ସଭାପତି ଶ୍ରୀଯୁକ୍ତ ଗୋପାଳ ବାଗ ସ୍ବାଗତ ଭାଷଣ ଦେଇଥିଲେ।କମିଟିର ସମ୍ପାଦକ ଓ ସମସ୍ତ ସଦସ୍ଯ , ଆମ ଜଗଂଲ ଯୋଜନା ର ଟିମ ଲିଡର ତ୍ରୀନାଥ ଭୂଏ ତଥା ଖୁସିରାମ ମହାନନ୍ଦ,ସୁବଳ କରନ ,ନାଏବ ସରପଞ୍ଚ ଓ ମେମ୍ବର ମାନେ ଉପସ୍ଥିତ ରହି ସମାବେଶ କୁ ସଫଳ କରିଥିଲେ।

No Result
View All Result