No Result
View All Result
୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ମହାପ୍ରୟାଣ ଉତ୍ସବ ଏବଂ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରାର ଉଦ୍ଯାପନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଚନ୍ଦ୍ରଶେଖରପୁର ନାଲ୍କୋ ଛକସ୍ଥିତ ମହାତ୍ମାଗାନ୍ଧୀ ପାର୍କରେ ପି.ସି.ସି. ଉପସଭାପତି ଶ୍ରୀ ଶିବାନନ୍ଦ ରାୟଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।
ପରେ କଂଗ୍ରେସ ଭବନ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ୧୦ ଘଟିକା ସମୟରେ ଭାରତ ଯୋଡ଼ ଯାତ୍ରାର ଉଦ୍ଯାପନ ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ବରିଷ୍ଠ କଂଗ୍ରେସ ନେତା ତଥା ଆଇନ୍ଜୀବି ଶ୍ରୀ ଶିବାନନ୍ଦ ରାୟ ଦଳୀୟ ପତାକା ଉତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ସଂଯୋଜନା କରିଥିଲେ ଏବଂ ଶ୍ରୀ ଜ୍ୟୋତିଷ ସାହୁ ପରିଚାଳନା କରିଥିଲେ । ଉପସ୍ଥିତ ନେତୃବୃନ୍ଦ ସମବେତ ଭାବରେ ଜାତୀୟ ସଂଗୀତ ଗାନ କରିଥିଲେ ।
ହିଂସା, ଘୃଣା ଓ ବିଦ୍ୱେଷ ବିରୋଧରେ ସାରା ଦେଶବାସୀ ଆଜି ଏକତ୍ରିତ ହୋଇଛନ୍ତି ବୋଲି ଭାରତ ଯୋଡ଼ ଯାତ୍ରା ହିଁ ସୂଚାଉଛି । ଆଜି ସମସ୍ତ ୩୩ ଗୋଟି ସାଂଗଠନିକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଅନୁରୂପ ଭାବରେ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ଭାରତ ଯୋଡ଼ ଯାତ୍ରାର ଉଦ୍ଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପି.ସି.ସି. ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ସୁଦର୍ଶନ ଦାସ, ଅମୀୟ ପଟ୍ଟନାୟକ, ରଜନୀ ମହାନ୍ତି, ରବି ରାୟ, ବିସ୍ମୟ ମହାପାତ୍ର, ମନୋଜ ସାହୁ,
ମିହିର ଆଚାର୍ଯ୍ୟ, ଅଶୋକ ଦାସ, ଗୀତାଞ୍ଜଳୀ ମହାନ୍ତି, ସୁବ୍ରତ ମହାପାତ୍ର, ପ୍ରକାଶ ମିଶ୍ର, ଭାସ୍କର ସେଠି, ଏମ୍.ଡ଼ି. ସାହାଦୁଲ୍ଲା, କୁସୁମ ପ୍ରଧାନ, ମିତ୍ରଭାନୁ ମହାପାତ୍ର, ଲିଙ୍ଗରାଜ ସାହୁ, ଖଗେଶ୍ୱର ମଲ୍ଲିକ, ମନୋରଞ୍ଜନ ରାଉତରାୟ, ଛବି ମହାନ୍ତି, ଶ୍ରୀଧର ବଳିଆର ସିଂ, କୁଳମଣି ସାହୁ, ସାଗର ପରିଡ଼ା, ଦେବରାଜ ମିଶ୍ର, ପ୍ରସନ୍ନ ନାୟକ, ପୁଷ୍ପିତା ଦାସ, ପମି ମିଶ୍ର, ସେକ୍ ତାକୱିମ୍, ଅକ୍ଷୟ ଦାସ, ପ୍ରଭାତ ପ୍ରତାପ ସିଂ, ଉମେଶ ଦାସ, ବସନ୍ତ ପଣ୍ଡା, ଦେବେନ୍ଦ୍ର ପ୍ରସାଦ ଦାସ, ମଂଟୁ ମଲ୍ଲିକ, ରବିନ୍ଦ୍ର ପଣ୍ଡା, ବିଷ୍ଣୁ ସାହୁ ଓ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ବହୁ ନେତବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।

No Result
View All Result