୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ ଭୁବନେଶ୍ଵରର ୧୧ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଏଲ୍ ଏମ ପଟନାୟକ ଆଡଜସ୍ଟାଣ୍ଡ ପ୍ରଫେସର ଏବଂ ଏନ୍, ଏ, ଏସ, ଆଇ ର ବରିଷ୍ଠ ବୈଜ୍ଞାନିକ ତଥା ଚେତନା ଅଧୟନ କାର୍ଯ୍ୟକ୍ରମ ଓ ରାଷ୍ଟ୍ରୀୟ ଉନ୍ନତ ଅଧ୍ୟୟନ ସଂସ୍ଥାନ ଆଇ,ଆଇ,ଏସ,ସି ବେଙ୍ଗାଲୁର ଯୋଗଦେଇ ସମାରୋହ ଶୁଭାରମ୍ଭ କରିଥିଲେ ।
ମୂଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ପ୍ରଦ୍ୟୋଗିକ କ୍ଷେତ୍ରରେ ରୋଲ ମଡେଲ ବନିବା ପାଇଁ ଉତ୍ସାହିତ କରିବା ସହିତ ପ୍ରଦ୍ୟୋଗିକରେ ଶିକ୍ଷା ପ୍ରଦାନ କରିବାରେ ବିଶ୍ଵ ସ୍ତରୀୟ ଅନୁସନ୍ଧାନ ଏବଂ ଉଚ୍ଚ ମାନଙ୍କ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଯୋଗ ଦାନପାଇଁ ଆଇଆଇଟି ଭୁବନେଶ୍ୱରକୁ ଭୂୟସି ପ୍ରଶଂସା କରିଥିଲେ ।
ଆଇ ଆଇ ଟି ଭୁବନେଶ୍ୱରର ନିର୍ଦେଶକ ପ୍ରଫେସର ଶ୍ରୀପଦ କମଲକର ଉଦବୋଧନ ଦେଇ ବିଜ୍ଞାନ ଓ ପ୍ରଦ୍ୟୋଗିକ୍ ରେ ଉଚ୍ଚ ଗୁଣବତ୍ତା,ବୈଷୟିକ ଭଳି ଶିକ୍ଷା ପ୍ରଦାନ ସହିତ ଆଇ ଆଇ ଟି ଭୁବନେଶ୍ଵରର ବିଭିନ୍ନ ପ୍ରୟାସ ଏବଂ ଉପଲବ୍ଧି ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ୧୧ତମ ଦିକ୍ଷାନ୍ତ୍ ସମାରୋହରେ ୬୫ଜଣ ପିଏଚଡ଼ି, ୧୭୨ଜଣ ଏମ ଟେକ୍, ୯୦ଜଣ ଏମଏସସି, ୮୧ଜଣ ଡବଲ ଡ଼ିଗ୍ରୀ ତଥା ୨୭୩ ବିଟେକ୍ ସମେତ ୬୭୧ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଶ୍ରେଣୀରେ ଶୈକ୍ଷଣିକ ଉପାଧି ପ୍ରଦାନ କରାଯାଇଥିଲା ।


© 2023 Odisha Taza News.