୩୦ ଜାନୁଆରୀ .ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଦେଶର ସାର୍ବଭୌମତ୍ବ ରକ୍ଷା କରି ପ୍ରାଣ ହରାଇଥିବା ଶହୀଦ ସୈନିକ ମାନଙ୍କୁ ଅଭିବାଦନ କରିବା ପାଇଁ ୩୦ ଜାନୁଆରୀରେ ଶହୀଦ ଦିବସ ପାଳନ କରାଯାଉଅଛି | ଶହୀଦ ଦିବସ ଅବସରରେ ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା
ତଥା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦ୍ୱାରା ଦିଆଯାଇଥିବା ମହାନ ବଳିଦାନକୁ ସମ୍ମାନ ଦେଖାଇବା ପାଇଁ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳର କାର୍ଯ୍ୟାଳୟ ଏବଂ ବିଭିନ୍ନ ରେଳ ଷ୍ଟେସନରେ କାର୍ଯ୍ୟରତ ଅନେକ ରେଲୱେ କର୍ମଚାରୀ ମାନଙ୍କ ଦ୍ଵାରା ଦୁଇ ମିନିଟ୍ ନୀରବତା ପାଳନ ସହିତ ପଥପ୍ରାନ୍ତ ସଭା କରାଯାଇଥିଲା ।
ସେହିପରି ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମହିଳା କଲ୍ୟାଣ ସଙ୍ଗଠନ ଦ୍ଵାରା ଏହି ସହିଦ ଦିବସ ପାଳଣ କରାଯିବା ସହିତ ମାରାତ୍ମକ କର୍କଟ ରୋଗରେ ଦୁଇଜଣ ରେଳ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମହିଳା କଲ୍ୟାଣ ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା ପ୍ରତେକ ପୀଡ଼ିତ କର୍ମଚାରୀଙ୍କୁ ୧୦,୦୦୦(ଦଶ ହଜାର) ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।

© 2023 Odisha Taza News.