୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫ ରୁ , ଘଡୁଆଳ ସ୍ଥିତ ତପସ୍ୟା ରେ ଟ୍ରାନସ୍ଜେଣ୍ଡର ଏବଂ ଯୌନ କର୍ମୀ ଙ୍କ ଅଧିକାର ଉପରେ ଏକ କର୍ମଶାଳା ହୋଇଅଛି । ପ୍ରାଧିକରଣ କର୍ମଚାରୀ ଶ୍ରୀ ପବନ କୁମାର ବେହେରା, ପ୍ରାଧିକରଣ କାର୍ଯ୍ୟାବଳୀ ଉପରେ ବୁଝାଇଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ଅଧିକାର ଏବଂ ଆଇନ ଦିଗ ଉପରେ ବାଖ୍ୟା କରିଥିଲେ । ସଦସ୍ୟ ଉମାର ମଲ୍ଲିକ, ଆକ୍ସନ ଏଡ୍ ର ବାଲ୍ୟ ବିବାହ ନିଷେଧ ଜିଲ୍ଲା ସଂଯୋଜିକା ଶ୍ରୀମତୀ ଇପ୍ସିତା ଅଗ୍ରୱାଲ,
ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ଶ୍ରୀମତୀ ମଧୁସ୍ମିତା ମହାପାତ୍ର ଏବଂ ରାଜ୍ୟ ଏଡ୍ସ ଉପଚାର ସଂସ୍ଥା ର ଶ୍ରୀ ରାକେଶ ମହାପାତ୍ର ବିଷୟ ବସ୍ତୁ ଉପରେ ବିଭିନ୍ନ ଦୃଷ୍ଟି କୋଣ ରୁ ଆଲୋକପାତ କରିଥିଲେ । କର୍ମଶାଳାରେ ଚିନ୍ମୟୀ ଷଡ଼ଙ୍ଗୀ, ବବି ବେହେରା, ସସ୍ମିତା ସାହୁ, ପଞ୍ଚୁ ମହାରଣା ଏବଂ ବୁଲ ବେହେରା ପ୍ରଶ୍ନୋତର ରେ ଭାଗ ନେଇଥିଲେ । ପ୍ରମିଳା ମଣ୍ଡଳ ସ୍ୱାଗତମ୍ ସଙ୍ଗୀତ ଗାନ କରିଥିଲେ। ଘଡୁଆଳ ସରପଞ୍ଚ ସୁଶ୍ରୀ ସଂଯୁକ୍ତ ମହାପାତ୍ର ଉପସ୍ଥିତ ଥିଲେ । ତପସ୍ୟା ର ପୃଷ୍ଠପୋଷକ ସୁଶ୍ରୀ ସନ୍ଧ୍ୟା ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

© 2023 Odisha Taza News.