No Result
View All Result
୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଚନ୍ଦ୍ରଭାଗା ନଦୀରେ ସ୍ନାନ କରିବା ଦ୍ବାରା ଚର୍ମ ଓ ବହୁବିଧ ବ୍ୟାଧିରୁ ମୁକ୍ତି ମିଳିବା ନେଇ ବିଶ୍ବାସ ରହିଛି। ଏହା ପଛରେ ପୌରାଣିକ କିମ୍ବଦନ୍ତୀ ରହିଛି। ପୌରାଣିକ କଥାବସ୍ତୁ ଅନୁଯାୟୀ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ପାଇ କୁଷ୍ଠ ବ୍ୟାଧିରେ ଆକ୍ରାନ୍ତ ହୋଇଥିଲେ। ଏଥିରୁ ମୁକ୍ତି ପାଇଁ ନାରଦ ଶାମ୍ବଙ୍କୁ କୋଣାର୍କରେ ସୂର୍ଯ୍ୟଙ୍କ ଉପାସନା କରିବାକୁ ପରାମର୍ଶ ଦେଇଥିଲେ। କୋଣାର୍କରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ୁଥିବାରୁ ଚନ୍ଦ୍ରଭାଗା ନଦୀ କୂଳରେ ସୂର୍ଯ୍ୟଙ୍କ ଉପାସନା ପାଇଁ ନାରଦ କହିଥିଲେ।
ଶାମ୍ବ ଅର୍କବନରେ ୧୨ ବର୍ଷ ତପସ୍ୟା ଓ ସୂର୍ଯ୍ୟଙ୍କୁ ଉପାସନା କରି ଶାମ୍ବ ଦଶମୀରେ କୁଷ୍ଠରୋଗରୁ ମୁକ୍ତି ପାଇଥିଲେ। ମାଘ ସପ୍ତମୀରେ ମହାସ୍ନାନ କରି ସୂର୍ଯ୍ୟଙ୍କ ମୂର୍ତ୍ତି ପାଇ ପୂଜା କରିଥିଲେ। ଏହି କିମ୍ବଦନ୍ତୀ ଆଧାରରେ ଚନ୍ଦ୍ରଭାଗା ନଦୀରେ ସ୍ନାନ କଲେ ମଣିଷ ବ୍ୟାଧିମୁକ୍ତ ହୁଏ ବୋଲି ବିଶ୍ବାସ ରହିଛି ବୋଲି ଚନ୍ଦ୍ରଭାଗା ତୀର୍ଥସ୍ନାନ ସନ୍ଥ ସମିତିର ସମ୍ପାଦକ ଶରତ ଜୟସିଂହ କହିଛନ୍ତି। ସେଇ ବିଶ୍ବାସ ଆଧାରରେ ଏଠାରେ ପୂର୍ବଦିନ ରାତିରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଆସୁଛି।
ଚନ୍ଦ୍ର ଭାଗା ବୁଡ଼ ମେଳା ଉପଲକ୍ଷେ ପୁରୀ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସ୍ପେସିଆଲ ଗାଡି ମୋଟର ଯାଞ୍ଚ ସ୍ପିଡ଼ ବସ କୁ ଗୋଡ଼ାଇ ନିଶାଖୋର ଡ୍ରାଇଭର ଙ୍କୁ ଧରିଲେ ଓ 80 ଲୋକ ଙ୍କ ଜୀବନ ବଞ୍ଚାଇଲେ ପୁରୀ 26-11 ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିର୍ଦ୍ଧେଶ କ୍ରମେ ଓ ପୁରୀ ଜ଼ିଲ୍ଲାପାଳ ସମତ ବର୍ମା ଓ ଏସପି କନୱାର ବିଶ୍ଵାଲ ସିଂ ଙ୍କ ପରାମର୍ଶ କ୍ରମେ ଜ଼ିଲ୍ଲା ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚନ୍ଦ୍ର ଭାଗା ବୁଡ଼ ମହୋତ୍ସବ ଭିଡ଼ ପାଇଁ ପୁରୀ ରୁ ଚନ୍ଦ୍ରଭାଗା ରାସ୍ତା ରେ ଗାଡି ମୋଟର କୁ କଡା କଡ଼ି ଭାବେ ଯାଞ୍ଚ କରାଯାଇଥିଲା l ଗତ କାଲି ଶୁକ୍ରବାର ସନ୍ଧ୍ୟା ରୁ ଆରମ୍ଭ ହୋଇଥିବା ଏ ଅଭିଯାନ ରେ ଆଜି ଯାଏ ଅନେକ ଗାଡି ମୋଟର ର ଲାଇସନ୍ସ, ପରମିଟ, ହେଲମେଟ, ସିଟବେଲ୍ଟ, ସବୁ ଯାଞ୍ଚ କରାଯାଇଥିଲା l
ଏବଂ ପୁରୀ ରୁ ଚନ୍ଦ୍ର ଭାଗା ଦ୍ରୁତ ଗତି ରେ ନିଶା ଶକ୍ତ ଅବସ୍ଥା ରେ 80 ଜଣ ପାସେଞ୍ଜର ଙ୍କୁ ନେଇ ପୁଣି ବିନା ପରମିଟ ରେ ଯାଉଥିବା ଏକ ବସ କୁ ପରିବହନ ବିଭାଗ ଗୋଡ଼ାଇ ଗୋଡ଼ାଇ ଧରିଥିଲା l ଏବଂ ରାମଚଣ୍ଡୀ ଥାନା ରେ ଜବତ କରାଯାଇ ଏକ ନିଶ୍ଚିତ ମୃତ୍ୟ ମୁଖ ରୁ 80 ଜଣ ପାସେଞ୍ଜର କୁ ବଞ୍ଚାଇଲେ ପୁରୀ ପରିବହନ ବିଭାଗ l ସମସ୍ତ ଗାଡି କୁ ଯାଞ୍ଚ କରି ଟଙ୍କା ଫାଇନ କରାଯାଇଥିବା ବେଳେ ଏଇ ବସ ର ମଦୁଆ ଡ୍ରାଇଭର କୁ ଆଜି କୋର୍ଟ ଚlଲାଣ କରି କେବଳ ଏଇ ବସ ମାଲିକ ଠାରୁ ଏକ ଲକ୍ଷ ଆଠ ହଜାର ଟଙ୍କା ଜୋରିମାନା କରାଯାଇଥିବା ଜଣାଯାଇଛି l ଆରଟିଓ ରବୀନ ପଟ୍ଟନାୟକ ଙ୍କ ସମେତ ବିଭାଗ ର ସମସ୍ତ କର୍ମଚାରୀ ଓ ରାମଚଣ୍ଡୀ ଥାନା ର ପୋଲିସ ଅଫିସର ଏଇ ମେଗା ଅଭିଯାନ ରେ ସାମିଲ ଥିଲେ l
ଏହି କାର୍ଯ୍ୟକ୍ରମ ରେ ଶହ ଶହ ଗାଡି ମୋଟର ଯାଞ୍ଚ କରାଯାଇଥିଲା l ଓ ଏ ଅଭିଯାନ ରେ ଗାଡି ଚାଳକ ଙ୍କ ଡ଼ିଏଲ ଚେକିଂ, ସିଟ ବେଲ୍ଟ ଚେକିଂ, ହେଲମେଟ ଚେକିଂ, ଫାଇନ ସହିତ ଗାଡି ଜବତ, ଓଭର ସ୍ପିଡ଼ ପାଇଁ , ମୋବାଇଲ ୟୁଜ ପାଇଁ ପ୍ରମୁଖ କାରଣ ପାଇଁ ଅନେକ ଡ଼ିଏଲ କୁ ବାତିଲ କରାଯାଇ ଗାଡି ଚାଳକ ନାଁ ରେ ବିଭିନ୍ନ ମାମଲା ରୁଜୁ ହୋଇଛି l ସହର ତଥା ସମଗ୍ର ଜ଼ିଲ୍ଲା ରେ ଦୁର୍ଘଟଣା ହାର ଓ ମୃତ୍ୟୁ ହାର ବୃଦ୍ଧି ପାଇଥିବାରୁ ଜ଼ିଲ୍ଲା ର ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ସାଧାରଣ ଲୋକ ଓ ପର୍ୟ୍ୟଟକ ଙ୍କ ଧନ ଜୀବନ ସୁରକ୍ଷା ଲାଗି ଆଗକୁ ଏ ଅଭିଯାନ କୁ ଆହୁରି କଡାକଡି କରାଯିବ l ଏବଂ ଲୋକେ ଯେମିତି ଅଯଥା ରେ ଦଶ ହଜାର, ପନ୍ଦର ହଜାର ଓ ଆଜି ଭଳି ଲକ୍ଷ ଲକ୍ଷ ଟଙ୍କା ବସ ଟ୍ରକ ଗୁଡିକ ଫାଇନ ନ ଦେବେ ଏବଂ ନିଶା ଗ୍ରସ୍ତ ଅବସ୍ଥା ରେ ଗାଡି ନ ଚଳାଇବାବେ,
ଟ୍ରାଫିକ ନିୟମ କୁ ଶୃଙ୍ଖଳା ର ସହିତ ମାନିବାକୁ ଓ ଜ଼ିଲ୍ଲା ରେ ଦୁର୍ଘଟଣା ମୃତ୍ୟୁ ହାର କୁ କିଭଳି ରୋକା ଯାଇ ପାରିବ ଏଥିପାଇଁ ପୁରୀ ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ଏ ଚନ୍ଦ୍ରଭାଗା ଅଞ୍ଚଳ, ସହର ତଥା ପୁରୀ ଜ଼ିଲ୍ଲା ବାସୀ ଙ୍କୁ ନିବେଦନ କରିଛନ୍ତି l ଏ ନେଇ ସହର ତଥା ଜ଼ିଲ୍ଲା ର ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ପୋଲିସ ସହାୟତା ରେ ଏ ଅଭିଯାନ କୁ ଆହୁରି ବ୍ୟାପକ କରାଯିବ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଆରଟିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l ଏଇ ମେଗା ଅଭିଯାନ ରେ ଆରଟିଓ ଶ୍ରୀ ପଟ୍ଟନାୟକ ଙ୍କ ସମେତ ଏମ ଭିଆଇ, ଆସିଷ୍ଟାଣ୍ଟ ଏମଭିଆଇ, ଟି ଆଇ ଓ ଚନ୍ଦ୍ର ଭାଗା ଅଞ୍ଚଳ ର ବିଭିନ୍ନ ପୋଲିସ ଅଧିକାରୀ ପ୍ରମୁଖ ଉଭୟ ବିଭାଗ ର ସମସ୍ତ ଅଧିକାରୀ କର୍ମଚାରୀ ସାମିଲ ଥିଲେ l

No Result
View All Result