
୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟ ସରକାରଙ୍କ ନିର୍ଦେଶକୁ ବେଖାତିରି କରି ଗଜପତି ଜିଲ୍ଲା ନୁଆଗଡ ବ୍ଳକର ପରିମଳ ଗ୍ରାମରେ ଥିବା ସରକାରୀ ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଆର. ଉଦୟଗିରି ଗ୍ରାମରେ ଭଡାରେ ରହି ନିର୍ଭୟରେ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟ୍ୟୁନ୍ କରୁଥିବା ଅଭିଯୋଗ ହେଉଛି । ଏହି ବିଷୟ ନେଇ ଜିଲ୍ଲା ଶିକ୍ଷାଅଧିରୀ ଓ ବ୍ଳକ ଶିକ୍ଷା ଅଧିକାରୀ ଜଣାଇଲେ ତାଙ୍କ ଉତ୍ତର ମିଳିଛି ଯେ ବଳକା ସମୟରେ ଶିକ୍ଷକ ଟ୍ୟୁସନ କରିପାରିବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଏପରି ଉତ୍ତର ମିଳିଲେ ଲୋକେ କହିବେ କାହାକୁ ଶୁଣିବ କିଏ..? ଏହି ବିଷୟ ନେଇ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଆମ ଅଧିନରେ ଆଦର୍ଶ ବିଦ୍ୟାଳୟ ଯାଉନି । ଏହି ବିଷୟକୁ ନେଇ ଆମେ କିଛି କରିପାରୁବୁ ନାହିଁ ।
ସେ ଶିକ୍ଷକଙ୍କୁ ଉପରେ ଯାହା କାର୍ଯ୍ୟିା ଅନୁଷ୍ଠାନ ନେବେ ଭୂବେନଶ୍ବର କାର୍ଯ୍ୟାଳୟ । ବିଦ୍ୟାଳୟରେ ସରକାରୀ ଶିକ୍ଷକମାନେ ମୋଟା ଅଙ୍କର ଦରମା ପାଉଥିବା ବେଳେ ପିଲାଙ୍କୁ ଟ୍ୟୁସନ୍ କରିବାକୁ କାହିଁକି ଏତେ ଆଗ୍ରହ । ନୁଆଗଡ ବ୍ଳକ ପରିମଳ ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳର ଅଧ୍ୟକ୍ଷ ପଦ ଦୀର୍ଘ ବର୍ଷ ହେବ ଖାଲି ପଡିଛି । ଏହାକୁ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଅଧ୍ୟକ୍ଷ ଦାୟତ୍ବ ତୁଲାଉଛନ୍ତି । ଏହି ବିଦ୍ୟାଳୟର ଶିକ୍ଷକ ଆର.ଉଦୟଗିରି ବ୍ଳକର ଛେଳିଗଡ ଆଦର୍ଶ ବିଦ୍ୟାଳୟର ଛାତ୍ରଛତ୍ରୀଙ୍କୁ ବିଜ୍ଞାନ ଶିକ୍ଷକ ଟ୍ୟୁସନ୍ କରୁଥିବା ଅଭିଯୋଗ ହେଉଛି । ଗ୍ରାମର ପାଠପଢି ଚାକିରୀ ନ କରୁଥିବା ଏବଂ ଅପ ଦରମା ପାଉଥିବା ଯୁବକମାନେ ଟ୍ୟୁସନ୍ କରି ଚଳୁଥିବା ଯୁବକମାନଙ୍କର ପେଟରେ ବିଜ୍ଞାନ ଶିକ୍ଷକ ନାତ ମାରୁଛନ୍ତି ।
ଗ୍ରାମର ଯୁବକ ଶିକ୍ଷକ ୬ ଶ୍ରେଣୀ ପିଲାଙ୍କୁ ୫୦୦ ଟଙ୍କା ଦେଉଥିବା ବେଳେ ପରିମଳ ବିଦ୍ୟାଳୟର ଆଦର୍ଶ ବିଜ୍ଞାନ ଶିକ୍ଷକ ଜଣେ ପିଲା ଠାରୁ ଏକ ହଜାର ଟ୍ୟୁସନ ଭଡା ନେଉଛନ୍ତି । ଆଦର୍ଶ ଶିକ୍ଷକ ପିଲାଙ୍କୁ କହନ୍ତି ଅନ୍ୟ ଶିକ୍ଷକମାନେ ଆଦର୍ଶ ପାଠ ପଢାଇ ପାରିବେ ନାହିଁ । ଏହା ମଧ୍ୟ ସୁଣିବାକୁ ମିଳୁଛି ଯେ ଆଦର୍ଶ ବିଜ୍ଞାନ ଶିକ୍ଷକ ତାଙ୍କ ପାଖରେ ପଢୁଥିବା ପିିଲାଙ୍କୁ ପରିକ୍ଷାରେ କଣ କଣ ପଡବ ସେ ପିଲାଙ୍କୁ ଜଣାଇ ଦିଅନ୍ତି । ପିଲେ ସେଥିଯୋଗୁ ଅଧିକ ଟ୍ୟୁସନ୍ ଭଡା ଦେଇ ପିଲାମାନେ ସେହି ଶିକ୍ଷକ ପାଖକୁ ଟ୍ୟୁସନ ପାଇଁ ଯାଆନ୍ତି । ଅଞ୍ଚଳର ପିଲାମାନେ ଅନ୍ୟ ଶିକ୍ଷକ ବଦଳରେ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଉପରେ ବେଶୀ ନିଭରକରନ୍ତି ।
ଏହି ବିଷୟ ନେଇ ବିଭିନ୍ନ ଖବର କାଗଜ ପ୍ରକାଶ ପାଇଲେ ମଧ୍ୟ ବିଜ୍ଞାନ ଶିକ୍ଷକ ଉପରେ କୌଣସି ପ୍ରଭାବ ପଡୁନାହିଁ । କାହିଁକି ନା ବିଭାଗ୍ୟ ଅଧିକାରୀମାନେ ଆଦର୍ଶ ବିଜ୍ଞାନ ଶିକ୍ଷକ ଉପରେ କୌଣସି କାର୍ଯ୍ୟ ଅନୁଷ୍ଠାନ ନ ନେବାର କରଣରୁ । ଏଥିପ୍ରତି ଶିକ୍ଷା ବିଭାଗର ସଚିବ ଓ ମନ୍ତ୍ରୀ ଧନ୍ୟଦେଇ ଆଦର୍ଶ ବିଜ୍ଞାନ ଶିକ୍ଷକ ଟ୍ୟୁସନ କରୁଥିବା ଶିକ୍ଷକ ମାନଙ୍କୁ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣଣ କରିବାକୀ ଦାବି ହେଉଛି ।

© 2023 Odisha Taza News.