୨୭ ତାରିଖ ରାତ୍ର ୮.୧୦ରୁ ରାତ୍ର ୧୦.୪୦ ମଧ୍ୟରେ ତିନି ଠାକୁରଙ୍କ ବିମାନ ବିଜେ, ୧୧.୩୦ ରୁ ରାତ୍ର ୧୨ ଟା ମଧ୍ୟରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଠାକୁରଙ୍କ ପୂଜା ଓ ଭୋଗ ଲାଗି ଅନୁଷ୍ଠିତ ହେବ।ରାତ୍ର ୧.୧୬ ରୁ ଠାକୁରଙ୍କ ପୂଜାର୍ଚ୍ଚନା ଓ ରାତ୍ର ୪.୪୧ରୁ ୬.୨୪ ମଧ୍ୟରେ ଠାକୁର ମାନଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁ ମାନଙ୍କୁ ଚନ୍ଦ୍ରଭାଗା ପୁଷ୍କରିଣୀ ରେ ବୁଡ ପକାଇବାର ସୁଯୋଗ ମିଳିବ।ଠାକୁର ମାନଙ୍କ ନୀତିରେ ଯେପରି ବିଳମ୍ବ ନ ହୁଏ ସେଥିପାଇଁ ପୂଜକ ଓ ସେବାୟତ ମାନେ ସହଯୋଗ କରିବାକୁ ଅନୁରୋଧ କରାଗଲା। ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା,ପରିବହନ, ରାସ୍ତା ଘାଟ ମରାମତି, ଚନ୍ଦ୍ରଭାଗା ପୁଷ୍କରିଣୀ ଖନନ,ଅତ୍ୟାବଶ୍ୟକ ଦ୍ରବ୍ଯ ଯୋଗାଣ,
ସାଂସ୍କୃତିକ କାର୍ଯ୍ୟକ୍ରମ, ପାନୀୟ ଜଳ ବ୍ୟବସ୍ଥା, ଗାଡି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସୂଚନା କେନ୍ଦ୍ର ବ୍ୟବସ୍ଥାକୁ ସୁନିୟନ୍ତିତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଏସ ପି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନ ଏ ସି ଅଧ୍ୟକ୍ଷ ସଞୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସେକ ସଗିର, ଡେପୁଟି କଲେକ୍ଟର ଶ୍ରୀ ରାକେଶ ପଣ୍ଡା,ସନ୍ଥ ସମିତି ର ଶରତ ଜୟସିଂ, ତିନି ଠାକୁରଙ୍କ ସେବାୟତ, ଅନ୍ୟାନ୍ୟ ଅଧିକାରୀ ଓ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ।

© 2023 Odisha Taza News.