• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କାମାକ୍ଷାନଗର ବିଧାନସଭା ଆସନ ଏବେ ଚର୍ଚ୍ଚାରେ : ନବୀନ କାହାକୁ ପୁନ୍ଧାଇବେ ମୁକୁଟ

Proprietor Abhimanyu Maharana by Proprietor Abhimanyu Maharana
January 17, 2023
in ଓଡ଼ିଶା, ଢେଙ୍କାନାଳ, ରାଜନୀତି, ହୋମ୍
0
କାମାକ୍ଷାନଗର ବିଧାନସଭା ଆସନ ଏବେ ଚର୍ଚ୍ଚାରେ : ନବୀନ କାହାକୁ ପୁନ୍ଧାଇବେ ମୁକୁଟ
Share on FacebookShare on TwitterWhatsapp

ସାଧାରଣ ନିର୍ବାଚନ ଆଉ ମାତ୍ର ଗୋଟିଏ ବର୍ଷ ବାକି ଥିବା ବେଳେ ବର୍ତମାନ ଠାରୁ କାମାକ୍ଷାନଗର ର ବିଧାନସଭା ଆସନ ଆସାରେ ଶୁଭାଶିଷ, ତପନ, ରାଜା, ସତ୍ୟଜିତ ଓ ରଞ୍ଜନ ଙ୍କ ନାମ ଚର୍ଚ୍ଚା ହେଉଛି : ନବୀନ କାହାକୁ ପୁନ୍ଧାଇବେ ମୁକୁଟ 

ବର୍ତମାନ ଯୁବପିଢୀକୁ ପ୍ରାଧାନ୍ୟ ଦିଆଯାଉଥିବା ଟ୍ରେଣ୍ଡକୁ ଦେଖିବାକୁ ଗଲେ ବୟସାଧିକ କାରଣରୁ ପ୍ରଫୁଲ୍ଲ ବାବୁ ବାଦ୍ ପଡିବା ଏକ ପ୍ରକାର ନିଶ୍ଚିତ ।  

୧୭ ଜାନୁଆରୀ ମଙ୍ଗଳବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନ  :- ଦେଶରେ ସାଧାରଣ ନିର୍ବାଚନ ଆଉ ମାତ୍ର ଗୋଟିଏ ବର୍ଷ ବାକି ଥିବା ବେଳେ ବର୍ତମାନ ଠାରୁ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଶେଷକରି ୨୦୨୩ ବର୍ଷରେ ୯ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେଥିପାଇଁ ଆଂଚଳିକ ସ୍ତରରେ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତିରେ ରହିଛନ୍ତି । ତେବେ ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଆଗୁଆ ହୋଇପାରେ ବୋଲି ଜନୈକ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମରେ ଖୋଲାଖୋଲି ବିବୃତି ଦେବା ପରେ ଓଡିଶାରେ ହଠାତ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଏହାର ଜବାବରେ ବିଜେଡି ସବୁବେଳେ , ସବୁ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ବିଜେଡି ତରଫରୁ କୁହାଯାଇଛି । ଖାଲି କୁହାଯାଇନାହିଁ ଗତ ଡିସେମ୍ବର ୨୬ ତାରିଖରେ ପୁରୀ ଠାରେ ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତୀ ଉତ୍ସବ ପାଳନ କରି ମା’ ମାନଙ୍କ ଆଶୀର୍ବାଦ ରହିଲେ ବିଜେଡି ଆଗାମୀ ୫ ବର୍ଷ ନୁହେଁ ଶହେ ବର୍ଷ ସେବା କରିବ ବୋଲି ଖୋଦ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଭାଷଣ ପ୍ରସଙ୍ଗରେ ମତ ଦେଇଥିଲେ ।ପ୍ରତିଷ୍ଟା ଦିବସ ପାଳନ ନାଁ ରେ ଶଙ୍ଖକ୍ଷେତ୍ର ରୁ ଶଙ୍ଖନାଦ କରିଛନ୍ତି ଶଙ୍ଖପତି ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଚଳିତ ଥର ବିଜେଡି ଯୁବ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦେବ । ନିର୍ବିବାଦୀୟ ,ନିଷ୍କଳଙ୍କ ତଥା ଉଦୀୟମାନ ଯୁବ ନେତାଙ୍କୁ ପ୍ରାର୍ଥୀ କରି ଆଗାମୀ ବହୁ ବର୍ଷ ପାଇଁ ଶାସନ କରିବାକୁ ଲକ୍ଷ୍ୟ ରଖିଛି । ଆଗୁଆ ନିର୍ବାଚନ ସକାଶେ ସାରା ଓଡିଶାରେ ବିଭିନ୍ନଦଳର ଆଶାୟୀ ପ୍ରାର୍ଥୀ ମାନେ ଶବେଠାରୁ ପ୍ରସ୍ତୁତ ହୋଇ ଭୋଟରଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଲାଣି । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ନୂଆ ବର୍ଷ ଆରମ୍ଭରୁ ଆଶାୟୀ ପ୍ରାର୍ଥୀ ମାନେ ଅଭିନନ୍ଦନ ବ୍ୟାନର ମାଧ୍ୟମରେ ଆବିର୍ଭାବ ହେଲେଣି ।କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆସନ୍ତା ନିର୍ବାଚନରେ ଆଉ ପ୍ରାର୍ଥୀ ହେବେ ନାହିଁ ବୋଲି ଶୁଣାଯାଉଛି । ବୟସ ଆଉ ତାଙ୍କ ସାଥ୍‌ ଦେଉନାହିଁ ବୋଲି କୁହାଯାଉଛି । କାମାକ୍ଷାନଗର ରେ ନୁହେଁ ସାରା ଜିଲ୍ଲାରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଦିନ ଦିପ୍ରହରରେ ଗୁଳି, ବୋମା ଫୁଟୁଛି । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ବିଜେଡି ନେତା କାହ୍ନୁ ସାହୁ ଙ୍କୁ ଗୁଳିମାଡ ହେବା ସଦ୍ୟତମ ଉଦାହରଣ । ଯଶୋବନ୍ତ ପରିଡା ଓ ଦୀପକ ମାହୁନ୍ତ ଙ୍କ ଭଳି ହେଭିୱେଟ ଦଳୀୟ ନେତାଙ୍କୁ ଦୁର୍ବୃତ ମାନେ ଗୁଳି କରି ହତ୍ୟା କଲାପରେ ବି ପ୍ରକୃତ ଆସାମୀ ଏଯାଏଁ ଧରା ପଡିନପଡିବା ମନ୍ତ୍ରୀଙ୍କୁ ସନ୍ଦେହ ଘେରକୁ ଟାଣିନେଉଛି । ମନ୍ତ୍ରୀ ପ୍ରଫୁଲ୍ଲ ବାବୁ ଙ୍କ ପ୍ରମୁଖ ସହଯୋଗୀ ତଥା ଘନିଷ୍ଟ କୁହାଯାଉଥିବା ଭୁବନ ବ୍ଲକର ୩ ନକ୍ତର ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀ ନିଜ ଘରେ ଚୋରା ମଦ କାରଖାନା ଚଳାଇଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ରହିବା ପରେ ନାମକୁ ମାତ୍ର ତାଙ୍କୁ ନିଲମ୍ବନ କରାଯାଇଛି । ପ୍ରଫୁଲ୍ଲ ବାବୁଙ୍କ ପୁତ୍ରବଧୁ କଲେଜରେ କ୍ଲାସ ନକରି ଲକ୍ଷାଧିକ ଟଙ୍କା ଦରମା ଠକିନେବା ମନ୍ତ୍ରୀଙ୍କ ସଫେଦ କୁର୍ତାରେ କଳାଦାଗ ଲଗାଇଦେଇଛି । ବର୍ତମାନ ଯୁବପିଢୀକୁ ପ୍ରାଧାନ୍ୟ ଦିଆଯାଉଥିବା ଟ୍ରେଣ୍ଡକୁ ଦେଖିବାକୁ ଗଲେ ବୟସାଧିକ କାରଣରୁ ପ୍ରଫୁଲ୍ଲ ବାବୁ ବାଦ୍ ପଡିବା ଏକ ପ୍ରକାର ନିଶ୍ଚିତ । ଯୁବପିଢୀ କୁ ଲକ୍ଷ୍ୟ ରଖାଗଲେ ଏବେ ଶୁଭାଶିଷ ଆଚାର୍ଯ୍ୟ ,ତପନ ଦାସ , ସତ୍ୟଜିତ ବିମଳ ମିଶ୍ର ଓ ରଂଜନ ରାଉତ ଙ୍କ ନାମ ଚର୍ଚ୍ଚା ହେଉଛି ।

ପୂର୍ବ ନିର୍ବାଚନରେ ବିଜେଡି ଦଳୀୟ ଟିକେଟ ପାଇବାର ସମୀକରଣରେ ଖୁବ ନିକଟକୁ ଯାଇ ଦୁଇ ଦୁଇ ଥର ନିରାଶ ହୋଇଥିବା ଯୁବନେତା ହେଉଛନ୍ତି ଶୁଭାଶିଷ ଆଚାର୍ଯ୍ୟ ଓରଫ ଲୁଜୁ । ଶ୍ରୀ ଆଚାର୍ଯ୍ୟ ଏଥର ଟିକେଟ ଲବିରେ ସର୍ବାଗ୍ରେ ଥିବା ଶୁଣାଯାଉଛି । ସେ ରେଭେନ୍ସା କଲେଜରେ ଅଧ୍ୟୟନ କରିବା ଦିନଠାରୁ ଛାତ୍ର ରାଜନୀତିରେ ଜଡିତ । କାମାକ୍ଷାନଗର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନରେ ଲଗାତର ଦୁଇଥର ସାଧାରଣ ସଂପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣୀ ବିହାରରେ ବିଜେଡି ସମର୍ôଥତ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ମାତ୍ର ଦୁଇ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ଶ୍ରୀ ଆଚାର୍ଯ୍ୟ ରାଜ୍ୟସ୍ତରୀୟ ଯୁବ/ଛାତ୍ର ନେତା ଭାବେ ଜଣାଶୁଣା ।ଶୁଭାଶିଷ ଙ୍କ ବାପା ରାମ କୁମାର ଆଚାର୍ଯ୍ୟ କାମାକ୍ଷାନଗର ଓ ଭୁବନ ରେ ଦୀର୍ଘ ୨୫ ବର୍ଷ କାଳ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରି ଜଣେ ଲୋକପ୍ରିୟ ଅଫିସର ଭାବେ ଖ୍ୟାତି ଅର୍ଜନ କରିଥିଲେ । ପିତା ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଶୁଭାଶିଷ ମଧ୍ୟ ଲୋକସଂପର୍କ ବୃଦ୍ଧି କରିଚାଲିଛନ୍ତି । ଢେଙ୍କାନାଳ ବିକାଶ ପରିଷଦ ର ଆବାହକ ଚାଟାର୍ଡ ଆକାଉଟାଣ୍ଟ ରାଜ ନାରାୟଣ ତ୍ରିପାଠୀ (ରାଜା) ଢେଙ୍କାନାଳର ବିଭିନ୍ନ ସମସ୍ୟା କୁ ଲୋକଲୋଚନକୁ ଆଣି ତାହାର ସମାଧାନ କରୁଥିବା ବେଳେ ଢେଙ୍କାନାଳ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଦେଉଛନ୍ତି । କାମାକ୍ଷାନଗର ଓକିଲ ସଂଘର ପୂର୍ବତନ ସଭାପତି ଆଇନଜୀବୀ ରଂଜନ କୁମାର ରାଉତ , ସାମ୍ବାଦିକ ସତ୍ୟଜିତ୍ ବିମଳ ମିଶ୍ର ,ରାଜ୍ୟ ବିଜେଡି ସଂପାଦକ ତପନ କୁମାର ଦାସ ଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି ।

ତପନ ଦାସ ହେଉଛନ୍ତି ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଯାଜପୁର ର ପୂର୍ବତନ ଜିଲ୍ଲାପାଳ ରଂଜନ କୁମାର ଦାସ ଙ୍କ ଭାଇ । ରଂଜନ ଦାସ ଯାଜପୁରରେ ଦୀର୍ଘଦିନ ଜିଲ୍ଲାପାଳ ଭାବେ ଥିବାରୁ ବିଜେଡିର ଶକ୍ତିକେନ୍ଦ୍ର ତଥା ମିନିଷ୍ଟର ମେକର ବବି ଦାସ ଙ୍କ ସହ ଘନିଷ୍ଟ । ଏହି ପରିଚୟ ନେଇ ତପନ ଦାସ ଏଥର ଟିକେଟ ପାଉଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଓ ଆଲୋଚନା ହେଉଛି । ତେବେ ଉପରୋକ୍ତ ନେତା ମାନଙ୍କ ମଧ୍ୟରୁ କିଏ ବିଜେଡି ଟିକେଟ ପାଇବ ଏବଂ କାମାକ୍ଷାନଗର ର ପ୍ରତିନିଧିତ୍ୱ କରିବ ତାହା ସମୟ କହିବ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version