• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସମ୍ବନ୍ଧୀୟ ସାମ୍ବାଦିକ ସମ୍ମିଳନୀ

Proprietor Abhimanyu Maharana by Proprietor Abhimanyu Maharana
January 15, 2023
in ଓଡ଼ିଶା, ମହାନଗର, ହୋମ୍
0
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସମ୍ବନ୍ଧୀୟ ସାମ୍ବାଦିକ ସମ୍ମିଳନୀ
Share on FacebookShare on TwitterWhatsapp

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର

୧୫ ଜାନୁଆରୀ ରବିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ଵର :- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଭାରତ ସରକାରଙ୍କ ଅନ୍ୟତମ ପ୍ରମୁଖ ଯୋଜନା ଅଟେ I ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ୬୦/୪୦ ଅଟେ I ଗ୍ରାମ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସରକାରଙ୍କ ସ୍ତରରେ ଅତ୍ୟନ୍ତ ତୀବ୍ର ନିରୀକ୍ଷଣ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି I ଏହି ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ ସହାୟତା ରାଶି ଅଣ ସମନ୍ଵିତ କାର୍ଯ୍ୟ ଯୋଜନାରେ ତାଲିକାଭୁକ୍ତ ବା ଅଣ- ଆଇଏପି ଜିଲ୍ଲାମାନଙ୍କରେ ୧,୨୦,୦୦୦ ଟଙ୍କା ହୋଇଥିବାବେଳେ, ସମନ୍ଵିତ କାର୍ଯ୍ୟ ଯୋଜନାରେ ତାଲିକାଭୁକ୍ତ ବା ଆଇଏପି ଜିଲ୍ଲାଗୁଡ଼ିକରେ ଏହା ୧,୩୦,୦୦୦ ଟଙ୍କା ଅଟେ I ହିତାଧିକାରୀଙ୍କୁ ଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ପ୍ରୋତ୍ସାହିତ କରି ଓଡ଼ିଶା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୪ ମାସରେ ଗୃହ କାର୍ଯ୍ୟ ସମାପ୍ତ କରିପାରୁଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା  ଏବଂ ୬ ମାସରେ ସମାପ୍ତ କରୁଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି Iଏତଦବ୍ୟତୀତ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ହିତାଧିକାରୀମାନଙ୍କୁ ଅଣ-ଆଇଏପି ଜିଲ୍ଲାମାନଙ୍କରେ ୯୦ ଦିନ ଓ ଆଇଏପି ଜିଲ୍ଲାମାନଙ୍କରେ ୯୫ ଦିନ ପର୍ଯ୍ୟନ୍ତ ମଜୁରୀ ମିଳିଥାଏ  I  ସ୍ଵଚ୍ଛ ଭାରତ ମିଶନ ଅଧୀନରେ ବ୍ୟକ୍ତିଗତ ଶୌଚାଳୟ (IHHL) ନିର୍ମାଣ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୨,୦୦୦ ଟଙ୍କା ମିଳିଥାଏ  I  ଅର୍ଥାତ, ୪ ମାସରେ ଗୃହ କାର୍ଯ୍ୟ ସମାପ୍ତ କରିପାରୁଥିବା ପ୍ରତ୍ୟେକ ହିତାଧିକାରୀଙ୍କୁ ଅଣ-ଆଇଏପି ଜିଲ୍ଲାଗୁଡ଼ିକରେ ୧,୭୨,୦୦୦ ଟଙ୍କା ମିଳୁଥିବାବେଳେ ଆଇଏପି ଜିଲ୍ଲାମାନଙ୍କରେ ୧,୮୨,୦୦୦ ଟଙ୍କା ମିଳୁଅଛି I

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସଫଳ ଭାବେ କାର୍ଯ୍ୟକାରୀ କରିବା ଦିଗରେ ଉପଯୁକ୍ତ ଯୋଗ୍ୟ ହିତାଧିକାରୀ ଚୟନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରକ୍ରିୟା ଅଟେ I ଆଗାମୀ ଦିନରେ ୮.୧୭ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଓ ୧.୪୨ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)-ସ୍ଵତନ୍ତ୍ର ପାଇଁ ଯୋଗ୍ୟ ହିତାଧିକାରୀ ସ୍ଵଚ୍ଛତାର ସହ ଚୟନ କରିବା ଦିଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତ୍ୟନ୍ତ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁଛି I ସମାଜର ସମସ୍ତ ବର୍ଗର ଲୋକଙ୍କୁ ଏହି ଦିଗରେ ଯଥେଷ୍ଟ ସହଯୋଗ ପାଇଁ ଅନୁରୋଧ କରାଯାଉଛି I

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)- ସ୍ୱତନ୍ତ୍ରରେ ପ୍ରାପ୍ତ ହୋଇଥିବା ଯଥାକ୍ରମେ ୮.୧୭ ଲକ୍ଷ ଏବଂ ୧.୪୨ ଲକ୍ଷ ଗୃହ ମଞ୍ଜୁର କରିବା ନିମନ୍ତେ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଉଛି I୧- ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ଆସନ୍ତା ୧୬ ଜାନୁଆରୀ ୨୦୨୩ ଠାରୁ ୨୪ ଜାନୁଆରୀ ୨୦୨୩ ମଧ୍ୟରେ ଗ୍ରାମପଞ୍ଚାୟତୱାରୀ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଅଙ୍ଗନବାଡି ସେଣ୍ଟର ଏବଂ ଗ୍ରାମର ପ୍ରମୁଖ ସ୍ଥାନଗୁଡ଼ିକରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ ହେବ I ଏହି ତାଲିକାରେ ଯଦି କୌଣସି ଅଯୋଗ୍ୟ ପରିବାରଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥାଏ ତେବେ ଜନସାଧାରଣ ନିର୍ଦ୍ଦିଷ୍ଟ ଅଯୋଗ୍ୟ ପରିବାରଙ୍କ ନାମରେ ଅଭିଯୋଗ ଦାଖଲ କରିପାରିବେ I ପ୍ରାପ୍ତ ଅଭିଯୋଗଗୁଡ଼ିକର ଉପଯୁକ୍ତ ତଦନ୍ତ କରାଯାଇ, ବିହିତ ପଦକ୍ଷେପ ଗ୍ରହଣ କରାଯିବ I

୨- ଅଭିଯୋଗ ଦାଖଲ ପାଇଁ-

କ)ଉଦ୍ଦିଷ୍ଟ ଅଭିଯୋଗ ଦରଖାସ୍ତଫର୍ମକୁ ପୂରଣ କରି ନିଜ ପଞ୍ଚାୟତ ବା ବ୍ଲକ କାର୍ଯ୍ୟାଳୟରେ ରଖାଯାଇଥିବା ଅଭିଯୋଗ ବାକ୍ସରେଅଭିଯୋଗକାରୀ ନିଜ ଅଭିଯୋଗ ଦାଖଲ କରିପାରିବେ,  କିମ୍ବା ;

ଖ)ଫୋନ୍ ଦ୍ୱାରା ଟୋଲ ଫ୍ରି ନମ୍ବର : 18003456770 ବା 155335 ରେ ନିଜ ପରିଚୟ ପ୍ରଦାନ କରି ଅଭିଯୋଗ ଦାଖଲ କରିପାରିବେ, କିମ୍ବା ;

 ଗ)ଅନଲାଇନ ମାଧ୍ୟମରେ https://www.rhodisha.gov.inପୋର୍ଟାଲର “ଅଭିଯୋଗ ଦାଖଲ” କୁ କ୍ଲିକ୍ କରିନିଜର ମୋବାଇଲ ନମ୍ବର ପଞ୍ଜୀକୃତ କରି ନିଜ ନାମ, ବ୍ଲକ, ଗ୍ରାମ ପଞ୍ଚାୟତ ଆଦି ଠିକଣା ଦେଇ ଅଯୋଗ୍ୟ ପରିବାରଙ୍କ ସମ୍ପର୍କରେ ମଧ୍ୟ ଅଭିଯୋଗ କରାଯାଇପାରିବ I

ଏହି ଅଭିଯୋଗ ଆସନ୍ତା ଜାନୁଆରୀ ୨୪ ତାରିଖ ସୁଦ୍ଧା କରାଯାଇପାରିବ I

୩- ପ୍ରାପ୍ତ ଅଭିଯୋଗଗୁଡ଼ିକର ସରଜମିନ ତଦନ୍ତ କରାଯାଇ ସମ୍ଭାବ୍ୟ ତାଲିକାରୁ ଅଯୋଗ୍ୟ ପରିବାରଙ୍କ ନାମ କାଟି ସମସ୍ତ ଯୋଗ୍ୟ ପରିବାରଙ୍କ ତାଲିକା ଗ୍ରାମସଭାର ଅନୁମୋଦନ ପାଇଁ ପଠାଯିବI ଗ୍ରାମସଭା ଉକ୍ତ ତାଲିକାକୁ ଅନୁମୋଦନ କରିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସମସ୍ତ ଯୋଗ୍ୟ ପରିବାରଙ୍କୁ ରାଜ୍ୟ ସରକାରଙ୍କ ଦ୍ଵାରା ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯିବ Iବର୍ତ୍ତମାନର ଆବଣ୍ଟନ ପଦ୍ଧତି ଅନୁଯାୟୀ, ଆଗାମୀ ୬-୮ ମାସ ମଧ୍ୟରେ ରାଜ୍ୟକୁ୧୬ ହଜାର କୋଟି ଟଙ୍କାରୁ ୧୭ ହଜାର କୋଟି ଟଙ୍କାର ଆର୍ଥିକ ଅନୁଦାନ ମିଳିବା ସହ ରାଜ୍ୟ ଅର୍ଥନୀତି ବ୍ୟବସ୍ଥାକୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ I

ଏହି ସାଢେ ନଅ ଲକ୍ଷ ଗୃହ ନିର୍ମାଣରେ ଆସନ୍ତା ୬-୮ ମାସ ମଧ୍ୟରେ ପ୍ରାୟ ୬ କୋଟି କୁଶଳୀ ଏବଂ ୧୦ କୋଟି ଅଣ-କୁଶଳୀକାର୍ଯ୍ୟ ଦିବସ ସୃଷ୍ଟି ହେବା ସହ ଗ୍ରାମୀଣ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ I ଇଟା, ସିମେଣ୍ଟ, ଲୁହା, ଆଦି ଗୃହ ନିର୍ମାଣ ସାମଗ୍ରୀର ଚାହିଦା ବୃଦ୍ଧି ହେବା ସହ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ I ଗୃହ ନିର୍ମାଣ ସାମଗ୍ରୀର ପରିବହନ ମଧ୍ୟ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ I

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

October 8, 2026
ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 8, 2026
ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

October 8, 2026
ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ

ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ

October 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

October 8, 2026
ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version