ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପନୀ ତଥା ଜଗତଗୁରୁ ଜୀ ଙ୍କ ଜନ୍ମ୍ମୋତ୍ସବ ଅବସରରେ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ହୋମ ଯଜ୍ଞ କରାଯିବା ସହିତ ଗୋବିନ୍ଦ ଗୋଧାମ ଗୋଶାଳାର ଓଡିଶା ବିଭିନ୍ନ ସ୍ଥାନରେ ଥିବା ୯ ଗୋଟି ଶାଖାର ଗୋଭକ୍ତ ପ୍ରତିନିଧି ମାନେ ଗୋଧୂଳି ସନ୍ଧ୍ୟା ସମୟରେ ଗୋମାତାଙ୍କ ପୂଜନ କରିଥିଲେ | ଏହି ଅବସରରେ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଗ୍ରାମ ବାସୀ ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା | ତେଲେଙ୍ଗାନା ନିଜାମାବାଦର ଆନ୍ତର୍ଜାତୀୟ ରାମ ଚରିତ ମାନସ ପାଠକ ସୁରେଶ ସାରଡା , ସରତ ସାରଡା ଙ୍କ ସୁମଧୁର କଣ୍ଠରେ ଉତ୍ତର କାଣ୍ଡ ପାଠ କରିଥିଲେ | ଉଭୟ ଉତ୍ସବକୁ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏବଂ ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ |

© 2023 Odisha Taza News.