ଏହି ମଞ୍ଚରେ ପରମ ପୂଜ୍ୟ ଗୁରୁଃଶ୍ରୀ ମହର୍ଷି ମହେଶ ଯୋଗୀଙ୍କର ୧0୫ ତମ ଜନ୍ମଉତ୍ସବ ଅବସରରେ ଗୁରୁ ପୂଜନ, ଚତୁର୍ବେଦ ପାଠ, ଗୀତା ପାଠ କରିଥିଲେ | ଏଥିରେ ମୁଖ୍ୟ ଅତିଥି ରୂପେ ନେବଳ ଦାସ ମଠର ମହନ୍ତ ଡ଼ଃ ରାମ ଚରଣ ଦାସ ଉପସ୍ଥିତ ଥିବାବେଳେ ଋକ ବେଦ ଆଚାର୍ଯ୍ୟ ପଣ୍ଡିତ ଇତିକାନ୍ତ ଦାଶ, ଯଦୁର୍ବେଦ ଆଚାର୍ଯ୍ୟ ପଣ୍ଡିତ ଭାଗିରଥି ପଣ୍ଡା, ଶ୍ୟାମବେଦ ଆଚାର୍ଯ୍ୟ ପଣ୍ଡିତ ବଳରାମ ମିଶ୍ର, ଅଥର୍ବ ବେଦ ଆଚାର୍ଯ୍ୟ ପଣ୍ଡିତ ଶିବ ପ୍ରସାଦ ନନ୍ଦ ଙ୍କ ସମେତ ହାତୀଶାଳ ଚରକ ନଗର ବେଦ ବିଦ୍ୟାଳୟର ୩୧ ଜଣ ବିଦ୍ୟାର୍ଥୀ ଉପସ୍ଥିତ ରହି ବେଦ ପାଠ କରିଥିଲେ |
ସମସ୍ତ ବ୍ରାହ୍ମଣ ମାନେ ମହାପ୍ରସାଦ ସେବନ କରିଥିଲେ | ତେଲେଙ୍ଗାନା ନିଜାମାବାଦର ଆନ୍ତର୍ଜାତୀୟ ରାମ ଚରିତ ମାନସ ପାଠକ ସୁରେଶ ସାରଡା , ସରତ ସାରଡା ଙ୍କ ସୁମଧୁର କଣ୍ଠରେ ସୁନ୍ଦରକାଣ୍ଡ ପାଠ କରିଥିଲା | ଉତ୍ସବରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏବଂ ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଉପସ୍ଥିତ ଥିଲେ |

© 2023 Odisha Taza News.