ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୬ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା ୫୬ଟି, ୩ଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି । ରମାକାନ୍ତ ବିଦ୍ୟାଳୟ ଛାତ୍ରୀଙ୍କୁ ଲାପ୍ଟଅପ୍ ଦିଆଯାଇଛି , ଦିବ୍ୟାଙ୍ଗ ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଛି, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨ ଦୁଇଙ୍କୁ ୨୦ ହଜାର ଟଙ୍କା ଦେଇଥିଲା , ୧୪ ଜଣ ବିଧବା ଓ ବାଦ୍ଧକ୍ୟ ଭତ୍ତା ଦିଆଗଲା, ୧୦ ଜଣଙ୍କୁ ଜଙ୍ଗଲଜମି ପଟା ବଣ୍ଟନ କରିଥିଲେ ଏବଂ ୨ଟି ହୁଇଲି ଚେର ଓ ଟ୍ରାଇସାଇକଲ ଦିଆଯାଇଛି ଏବଂ ଅନ୍ୟ ସବୁ ଅଭିଯୋଗକୁ ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ରୋମାଞ୍ଚଳ ଖମାରୀ,
ପିଏ.ଆଇଟିଡିଏ ଫାଲଗୁନି ମାଝୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ପ୍ରଦୀପ କୁମାର ପାତ୍ର, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରଣ ଶବର, ଜିଲ୍ଲାପରିଷଦ ସଭ୍ୟା ଜମୁନା ଦଳବେହେରା, ଯୁଧିଷ୍ଠିର ବଡମୁଣ୍ଡି, ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ବିଧାୟକ ପ୍ରତିନିଧି ଗୋପାଳ ଦଳେଇ , ଗୋଷ୍ଠି ଉନ୍ନୟନ ଅଧିକାରୀ ଲରିମନ ଖସେଲ , ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ , ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।
ଗ୍ରାମ ସମସ୍ୟାରେ ରାସ୍ତା, ବିଦ୍ୟାଳୟରେ ଶିକ୍ଷକ ନିୟୁତି ଏବଂ ବ୍ୟକ୍ତି ସମସ୍ୟାରେ ଭତ୍ତା ଏବଂ ଚିକିତ୍ସା ସାହାର୍ଯ୍ୟ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ସୁଣାଣିକୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅରଣୁ ଉଦୟଭାନୁ ପରିଚାଳନା କରିବା ବେଳେ ତାଙ୍କୁ ସ୍ଥାନୀୟ କନିଷ୍ଠ ଯନ୍ତୀ ବିଷ୍ଣୁ ଚରଣ ମାହାନ୍ତି, ପିଇଓ ଲଳିମୋହନ ଗୌଡ ଏବଂ ବ୍ଳକ କର୍ମଚାରୀ ସହଯୋଗ କରିଥିଲେ ।

© 2023 Odisha Taza News.