୯ ଜାନୁଆରୀ ସୋମବାର,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ :- ମହେନ୍ଦ୍ର ଉତ୍ସବ ପରିପ୍ରେକ୍ଷୀରେ ଆଜି ରାୟଗଡ଼ ନୂଆ ଷ୍ଟାଡିୟମ୍ ଠାରେ ବ୍ଲକ୍ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତାକୁ ବିଡିଓ ରାଜା ରଂଜିତ ପ୍ରତାପ ବଳ ଓ ଅଧକ୍ଷା ପୂର୍ଣ୍ଣବାସି ନାୟକ ଉଦଘାଟନ କରିଥିଲେ। ବ୍ଳକ୍ ର ସମସ୍ତ 21ଗୋଟି ପଂଚାୟତର 21ଟି ଭଲିବଲ୍ ଟିମ୍ ଅଂଶ ଗ୍ରହଣ କରିଥିଲେ। ସକାଳ 10ଟା ରେ ଆରମ୍ଭ ହୋଇ ସନ୍ଧ୍ୟା 5ଟା ଯାଏ ଖେଳ ଚାଲିଥିଲା ।
ଶେଷରେ ଫାଇନାଲ ରେ ମାର୍ଲବା ଓ ଜିରାଙ୍ଗ ପଞ୍ଚାୟତର ଭଲିବଲ୍ ଟିମ୍ ପହଞ୍ଚି ଥିଲେ । ସେଥିରେ ମାର୍ଲବା ଟିମ୍ ବିଜୟୀ ହୋଇ ଥିବା ବେଳେ ମହେନ୍ଦ୍ର ଉତ୍ସବରେ ସେମାନଙ୍କୁ କପ୍ ଓ ସିଲ୍ ପ୍ରଦାନ କରାଯିବ । ଉକ୍ତ କାର୍ଯୟକ୍ରମରେ ଉପଦ୍ଧକ୍ଷ ଜ୍ୟୋତି ପ୍ରସାଦ ପାଣି, ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ ବ୍ଳକ୍ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ରିଫରି ଭାବେ ବ୍ଲକର ବିଭିନ୍ନ ହାଇସ୍କୁଲର ଖେଳ ଶିକ୍ଷକ ମାନେ ଯୋଗ ଦେଇଥିଲେ।














