୪ ଜାନୁଆରୀ ବୁଧବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନୁଆଗଡ ବ୍ଲକର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ପ୍ରଥମେ ବଡପଦା ହାଇସ୍କୁଲର ୫-ଟି ରୂପାନ୍ତରଣ କାର୍ଯ୍ୟ ତଦାରଖ କରିବା ପରେ ସେ ଖଜୁରୀପଦା ସ୍ଥିତି କଲ୍ୟିାଣମଣ୍ଡପ , ମିଶନ ଶକ୍ତିଗୃହ, ଦୋଘରିଆ ଲିଚୁ ପ୍ଲାଣ୍ଟେସନ , ଭ୍ରମରପୁରର ଆମ୍ବ ପ୍ଲାଣ୍ଟେସନ ବୁଲି ଦେଖିବା ସହ ଚାଷୀଙ୍କ ଆଲୋଚନା କରିଥିଲେ । ପାଛୋଡା ଏବଂ ମାଣିକପୁର ସ୍ଥିତି ଏକ ହଜାର ଅଣ୍ଡା ଦିଆ କୁକୁଡା ଫାର୍ମ ଦେଖିବା ପରେ କାନାଡା ଗ୍ରାମରେ ପୋଲ ଓ ପାର୍କ ନିର୍ମାଣ ପାଇଁ ନିର୍ଦେଶ ଦେଇଥିଲେ ।
ପରେ ନୁଆଗଡ , କେରେଡାଙ୍ଗର ବିଭିନ୍ନ ମନରେଗା ପ୍ରକଳ୍ପମାନ ତଦାରଖ କରି ଫେରିଥିଲେ ତାଙ୍କ ଗ୍ରସ୍ତ ସମୟରେ ବିଡିଓ ଲାବନେନ୍ଦୁ ମହାନ୍ତି, ଏଇଇ ପ୍ରଦ୍ୟୁମ୍ନ କୁମାର ଦାସ, ଉଦ୍ୟାନ ବିଭାଗ ଅଧିକାରୀ ମହେନ୍ଦ୍ର ପ୍ରସାଦ ଦାସ, ପ୍ରାଣୀଧନ ନିରୀକ୍ଷକ ରାଜେଶ କୁମାର ପାଇକ, ଏପିଓ ଦିଲ୍ଲିପ କୁମାର ଦାସ, ଭାରପ୍ରାତ ଜିପିଇଓ ନୃସିଂହ ଚରଣ ମିଶ୍ର ଓ ଓଡିଶା ଜୀବିକା ମିସନର ବିପିଏମ୍ ସତ୍ୟବାଦୀ ପାଇକ ସହ ଅନ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

© 2023 Odisha Taza News.