ମୁଖ୍ୟ ବକ୍ତା ଭାବେ ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା, ଶ୍ରୀମତୀ ସୁସ୍ମିତା ବାଗଚି ସମ୍ମାନିତ ଅତିଥି , କଟକ ଜିଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ପ୍ରମୂଖ ଯୋଗଦେଇ ଥିଲେ । ରାଜ୍ୟପାଳ ମୋ ସ୍କୁଲ ଅଭିଯାନ ଜରିଆରେ ନିର୍ମିତ ହୋଇଥିବା ନୂତନ ପାଠାଗାରକୁ ଉନ୍ମୋଚିତ କରିବା ସହ, ପୁସ୍ତକ ‘ହୀରକ ସୃଜନ ସୁଧା’ କୁ ଉନ୍ମୋଚନ କରିଥିଲେ ।
1962 ମସିହାରୁ ଖୋଲା ଯାଇଥିବା ବିଦ୍ୟାଳୟର 60 ବର୍ଷର ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ପାଳନ ହୋଇଥିଲା । ଏହି ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ, ପାଠ ପଢା ଶେଷ କରି ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ସୁଖ୍ୟାତି ଅର୍ଜନ କରିଛନ୍ତି ବୋଲ, ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
© 2023 Odisha Taza News.