ଏନସିସି , ଏନଏସଏସ, ୟୁଥ ରେଡକ୍ରସ ଏବଂ କଲେଜ ଛାତ୍ରୀ ମାନେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ନଗରପାଳ ଶୁଭେନ୍ଦୁ ସାହୁ ଓ କଲେଜ ପରିଚାଳନା କମିଟି ପୂର୍ବତନ ସଂପାଦକ ଦେବବ୍ରତ ପୃଷ୍ଟି ଏହି ଜାଗରଣ କୁ କାଳୀବଜାର ଠାରେ ସ୍ୱାଗତ କରିଥିଲେ । “ରାହାଗିରି”ନିମନ୍ତେ ପ୍ରସ୍ତୁତି ବୈଠକ ଭୁବନ ୩.୧- ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ପ୍ରଥମ ଥର ପାଇଁ “ରାହାଗିରି”ଅନୁଷ୍ଠିତ ହେବ । ଏଥି ନିମନ୍ତେ ଆଜି ଏନଏସି ସଦ୍ଭାବନା ଗୃହ ଠାରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , ବିଡିଓ କଲ୍ୟାଣ ସୌରଭ ଦାଶ , ତହସିଲଦାର ,ଗୋଷ୍ଠୀ ଶିକ୍ଷାଧିକାରୀ , କଲେକ ଅଧ୍ୟକ୍ଷ , ସ୍କୁଲ ଶିକ୍ଷକ ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, କାଉନସିଲର ଏବଂ ଏନଏସି କର୍ମଚାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । “ରାହାଗିରି” କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ , ଝୋଟି , ମୁରୁଜ , ବାଲୁକାକଳା , ଟେରାକୋଟା , ଓଡିଶୀ , ନୃତ୍ୟ , ସଙ୍ଗୀତ ,ଏକକ ଅଭିନୟ ଏବଂ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା । ଆସନ୍ତା ୮ ତାରିଖ ରବିବାର ସକାଳ ୭ ଘଟିକା ଠାରୁ ଦିବା ୧୦ ଘଟିକା ପର୍ଯ୍ୟନ୍ତ କାଳୀବଜାର ଠାରୁ ଏନଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ସର୍ବସାଧାରଣଙ୍କ ଯାତାୟତ ନିମନ୍ତେ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

© 2023 Odisha Taza News.