୩୧ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ସାଂସ୍କୃତିକ ସଂଗଠନ ପଦାମୃତ ନୃତ୍ୟାୟନ ଦ୍ଵାରା ” ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା” ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲ୍ ପରିସର ରେ ଅନୁଷ୍ଠିତ ଏହି ସ୍ମୃତି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ବିଧାୟକ କେ.ନାରାୟଣ ରାଓ , ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ପୌରଧକ୍ଷା ନିର୍ମଳା ସେଠୀ , ସମ୍ପାଦକ ଭକ୍ତି ସଙ୍ଗୀତ ସଂସଦ ପୂର୍ଣ୍ଣଚନ୍ଦ୍ର ରଥ, ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାମଶଙ୍କର ବେହେରା ଆଦି ଯୋଗ ଦେଇଥିଲେ ।
ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ଦିଗରେ ଅନୁଷ୍ଠାନର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଏବଂ ପରେ ପଦାମୃତ ମୃତ୍ୟାୟନର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଓଡିଶୀ ନୃତ୍ୟ ସହ ବିଭିନ୍ନ ପଲ୍ଲୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା । ଅନୁଷ୍ଠାନର ସମ୍ପାଦିକା ପ୍ରୀତିପ୍ରିୟା ବେହେରା , ମନୋଜ ପାଢ଼ୀ ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।














