No Result
View All Result
୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଛୋଟପିଲା ବାଟିଖେଳକୁ କେନ୍ଦ୍ର କରି ମହାଭାରତ । ଦୁଇ ପରିବାରରେ ହୋଇଛି ମାରପିଟ । ଆକ୍ରମଣରେ ହୋଇଛନ୍ତି ଜଣେ ଗର୍ଭବତି ମହିଳା ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ମୋହନା ଥାନାର କଚବାଡି ଗାଁରେ । ୨୩ ତାରିଖ ଦିନ ପିଲା ବାଟିଖେଳକୁ କେନ୍ଦ୍ରକରି ଗାଁର ଆବେଦ ଲିମା ଓ ରଶାନ୍ତ ନାୟକଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସମାଧାନ ହେବା ପରିବତ୍ତେ ଦିନେ ଛାଡି ଦିନେ ଝଗଡା ଚାଲିଥିଲା ।
ତେବେ ପୁଣି ଶୁକ୍ରବାର ଆବେଦଙ୍କ ଗର୍ଭବତି ସ୍ତ୍ରୀ ମୀରା ଲିମା ନଦୀରେ ଗାଧୋଇ ଘରକୁ ଫେରୁଥିଲେ । ଏହି ସମୟରେ ରଶାନ୍ତଙ୍କ ପରିବାର ଲୋକେ ବାଟରେ ଛକି ତାଙ୍କ ଉପରେ ଆକ୍ରମଣ କରିବା ସହ ପେଟକୁ ଲାତ, ଗୋଇଠା ମାରିବାରୁ ମୀରା ଗୁରୁତର ହୋଇଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ମୋହନା ଡାକ୍ତରଖାନାରେ ଭତ୍ତି କରି ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପୁଲିସ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଗୁରୁତର ମହିଳାଙ୍କ ସ୍ବାମୀ । ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ତ୍ରିଶୂଳ ସେନାପତି କହିଛନ୍ତି । ସେଠାରେ ତାଙ୍କ ଅବସ୍ଥାରେ ଉନ୍ନତି ଆସୁଥିବା ସୂଚନା ମିଳିଛି । ଅନ୍ୟ ପଟେ ମୋହନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

No Result
View All Result