No Result
View All Result
୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଆଜି ବାନ୍ଧ ଶିଳ୍ପୀ ଡ଼. ସୁରେନ୍ଦ୍ର ମେହେର, ନିଜେ ଦୀର୍ଘ ଦେଢ଼ ବର୍ଷ ପର୍ଯ୍ୟନ୍ତ ପରିଶ୍ରମ କରି, ବାନ୍ଧ କଳାରେ, ସ୍ଵଭାଵ କବି ଙ୍କ ମହନୀୟ କାବ୍ୟ ‘ ମହିମା ‘ ( ପର ଉପକାର ପୁଣ୍ୟମୟ ବ୍ରତ ପାଳନ୍ତି ମହତ ଜନ… ), ଯାହାକି ୪୦ ଇଞ୍ଚ ଚଉଡା ଓ ୨୭ ଫୁଟ ଲମ୍ବରେ ତିଆରି କରିଛନ୍ତି l ବାନ୍ଧ କଳାରେ ଏତେ ଲମ୍ବର ଏକ ୱାଲ ହେଂଗିଙ୍ଗ ତିଆରି କରିବାରେ ଏକ ନୂତନ ରେକର୍ଡ ଅଟେ । ଉକ୍ତ ୱାଲ ହେଂଗିଙ୍ଗ କୁ ଆଜି ଭୁବନେଶ୍ୱର ରାଜ ଭବନ ଠାରେ, ଓଡିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଡ଼. ଗଣେଶି ଲାଲ ଙ୍କ କରକମଳ ରେ ଉନ୍ମୋଚନ ହୋଇଛି l
ଏହି ସୁ ଅବସରରେ ଭୁବନେଶ୍ୱର ର ବରିଷ୍ଠ ସାମ୍ବାଦିକ ଶ୍ରୀ ଲଷ୍ମୀ ନାରାୟଣ ବସ୍କି, ରାଜ ଭାବନର ସୂଚନା ଅଧିକାରୀ ତଥା ବିଶିଷ୍ଟ କବି ଶ୍ରୀ ରକ୍ଷକ ନାୟକ ଏବଂ ଡ଼. ମେହେର ଙ୍କ ପୁତ୍ର ଶ୍ରୀ ତନ୍ମୟାନନ୍ଦ ମେହେର ଉପସ୍ଥିତ ଥିଲେ l ଏହି ଅବସରରେ ଡ଼. ମେହେର ନିଜେ ତିଆରି କରିଥିବା ପ୍ରଭୁ ଗଣେଶ ଙ୍କ ଏକ ୱାଲ ହେଂଗିଙ୍ଗ, ମହାମହିମ ରାଜ୍ୟପାଳ ଙ୍କୁ ଉପହାର ପ୍ରଦାନ କରିଥିଲେ । ରାଜ୍ୟପାଳ ବାନ୍ଧକଳା ର ଭୁୟସୀ ପ୍ରଶଂସା କରିବା ସଂଗେ କେତୋଟି ତାଙ୍କ ଦ୍ୱାରା ଲିଖିତ ମୂଲ୍ୟବାନ ପୁସ୍ତକ ଡ଼. ମେହେରଙ୍କୁ ଉପହାର ପ୍ରଦାନ କରିଥିଲେ ।
ପ୍ରକାଶ ଥାଉକି, ଗତ ମାସକ ମଧ୍ୟରେ, ଡ଼. ମେହେର, ତାଙ୍କ ଦ୍ୱାରା ପ୍ରସ୍ତୁତ, ଭୀମଭୋଇ ଙ୍କ କାଳଜୟୀ କବିତା, ‘ପ୍ରାଣୀଙ୍କ ଆରତ’… , ଉତ୍କଳମଣି ଗୋପବନ୍ଧୁଙ୍କ ଚିତ୍ର, ଓଡିଶା ର ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଚିତ୍ର ବାନ୍ଧ କଳାରେ ତିଆରି କରି, ଯଥାକ୍ରମେ ଓଡିଶା ଗସ୍ତରେ ଆସିଥିବା ଭାରତ ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଟକ ଠାରେ ଥିବା ଗୋପବନ୍ଧୁ ଭବନ ଏବଂ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅର୍ପଣ କରି ବହୁଳ ଭାବରେ ଚର୍ଚିତ ହୋଇଛନ୍ତି l ଡ଼. ମେହେରଙ୍କ ଏହି ଅମୁଲ୍ୟ ଅବଦାନ,ବିଶ୍ୱ ପ୍ରସିଦ୍ଧ ବାନ୍ଧକଳା ଜଗତ କୁ ନିଶ୍ଚିତ ଭାବରେ ସମୃଦ୍ଧ କରିବ l

No Result
View All Result