• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡ଼ାକ୍ତର ଓ ଦଲାଲ ଙ୍କ ମିଲିଭଗତରେ ଚାଲିଛି ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଚିକିତ୍ସା : ଜିଲ୍ଲା ପ୍ରଶାସନର ଉପେକ୍ଷା

Proprietor Abhimanyu Maharana by Proprietor Abhimanyu Maharana
December 30, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଡ଼ାକ୍ତର ଓ ଦଲାଲ ଙ୍କ ମିଲିଭଗତରେ ଚାଲିଛି ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଚିକିତ୍ସା : ଜିଲ୍ଲା ପ୍ରଶାସନର ଉପେକ୍ଷା
Share on FacebookShare on TwitterWhatsapp

୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ରଣପୁର ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ଏବେ ସରକାର ଙ୍କ ଦୃଷ୍ଟି ଆକର୍ଷଣ ହୋଇ ଟ୍ରମା କେୟାର ଭାବେ ଆଗକୁ ଖ୍ୟାତି ଅର୍ଜନ କରିବା ସହ ହଜାର ହଜାର ରୋଗୀ ଙ୍କ ର ଏକ ଭରସା ଯୋଗ୍ୟ ଚିକିତ୍ସା କେନ୍ଦ୍ର ଭାବେ କାର୍ଯ୍ୟରତ ରହିବା ବଦଳରେ କିଛି ଅମାନୁସିକ ଡାକ୍ତର ଓ ଦଲାଲ ଙ୍କ ମିଲି ଭଗତ ରେ ରୋଗୀ ହେଉଛନ୍ତି ଶୋଷଣ । ଯାହା ଏବେ ରୋଗୀ ଙ୍କ ଚିନ୍ତାର କାରଣ ପାଲଟିଛି ।

ଏହାର କିଛି ସୁବ୍ୟବସ୍ଥତା ର ଉଦାହରଣ ଦେଖିବାକୁ ମିଳୁଛି ।

୧. ବେତନ ପ୍ରାପ୍ତ ଡ଼ାକ୍ତର ଙ୍କ ଉପସ୍ଥିତି ….

ପୂର୍ବରୁ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ରେ ସାଧାରଣ ଚିକିତ୍ସା ନିମନ୍ତେ ୧୪ ଟି ବେତନ ପ୍ରାପ୍ତ ଡାକ୍ତର ଙ୍କୁ ନିୟୋଜିତ କରାଯାଇଥିଲା ଯାହା ଏବେ କମି କମି ୮ ରେ ପହଞ୍ଚିଛି । ତେବେ ସୂଚନା ଅନୁସାରେ ୧୪ ଟି ବେତନ ପ୍ରାପ୍ତ ଡାକ୍ତର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ରହିଥିବା ଦର୍ଶାଇ ସରକାର ଙ୍କ ଠାରୁ ବେତନ ପାଉଛନ୍ତି । ସେଥିମଧ୍ୟରୁ ତିନି ଜଣ ସରକାରୀ ବାସଭବନ ରେ ରହି ରୋଗୀ ଙ୍କ ଠାରୁ ( ୨୦୦ ଟଙ୍କା )ଅର୍ଥ ନେଇ ସପ୍ତାହ କୁ ତିନି ଦିନ ରୋଗୀ ଦେଖୁଛନ୍ତି ହେଲେ ଡାକ୍ତରଖାନା ର ମାଟି ମାଡୁ ନାହାନ୍ତି । ଆଜି ପର୍ଯ୍ୟନ୍ତ ଡାକ୍ତରଖାନାର ଅନ୍ତଃ ବିଭାଗ କି ବର୍ହିଃ ବିଭାଗ ଚିକିତ୍ସା କୋଠରୀ ରେ ତାଙ୍କର ଦେଖା ମିଳୁନି ସାଧାରଣ ରେ କହିବାକୁ ଗଲେ ଛୁଟି ଦିନ ତଥା ସାପ୍ତାହିକ ତିନି ଦିନ ଉକ୍ତ ତିନୋଟି ଡାକ୍ତର ଙ୍କ ସରକାରୀ ବାସଭବନ ରେ ରୋଗୀ ଙ୍କ ଭିଡ଼ ପରିଲକ୍ଷିତ ହେଉଛି ଏବଂ ଡାକ୍ତରଖାନା ଖାଲି ପଡ଼ୁଚି .ସ୍ୱାସ୍ଥ୍ୟ କେନ୍ଦ୍ରର ଶିଶୁ ବିଶେଷଜ୍ଞ ଭାବେ ନିୟୋଜିତ ଥିବା ଡ଼ାକ୍ତର ୧୫ ଦିନ ପାଇଁ ଡ଼ାକ୍ତରଖାନା ରେ ଦୃଶ୍ୟମାନ ହେଲେ ଆଉ ୧୫ ଦିନ ଛୁଟି ରେ ରହି ମାସିକିଆ ବେତନର ଖୁବ୍ ଫାଇଦା ଉଠାଇବାରେ ଲାଗିଛନ୍ତି । ଆଉ ବାକି ରହିଲା ୪ ଜଣ ଡାକ୍ତର ଯେ କି ୨୪ ଘଣ୍ଟା ପାଇଁ ଗୋଟିଏ ଡାକ୍ତର ଡ଼ାକ୍ତରଖାନା ରେ ରୋଗୀ ଦେଖାରେ ବ୍ୟସ୍ତ ରହୁଛନ୍ତି । ଏପରି ଭାବେ ୪ ଟି ଡାକ୍ତର ଦିନେ ଛଡ଼ା ଦିନେ ରୋଗୀ ଦେଖା ର ଭାଗ ବଣ୍ଟା କରି ନେଇଛନ୍ତି । ଯେଉଁଥିପାଇଁ ସମସ୍ତ ରୋଗୀ ଙ୍କୁ ୪ ଜଣ ଡ଼ାକ୍ତର ଙ୍କ ର ଚିକିତ୍ସା ସମୟ ରେ ବାଧା ଉପୁଜିଛି ।

କୌଣସି ବିଭାଗର ଡ଼ାକ୍ତର ନିୟୋଜିତ ନଥିବା ବେଳେ ଗୋଟିଏ ଡାକ୍ତର ରେ ସବୁ ବିଭାଗର ଚିକିତ୍ସା ହେବା ନ ହେବା ଭଳି ଚାଲିଛି । ବାକି ରହିଲା ଚିକିତ୍ସାଳୟ ର ସୁପରିଟେଣ୍ଡେଣ୍ଟ ଙ୍କ କଥା ସେ ମହୋଦୟ ନୟାଗଡରେ ଅଧିକ ସମୟ କାମ କରୁଥିବା ବେଳେ ଚାନ୍ଦପୁରରେ ମାସକୁ ଦୁଇ ଥର ଡାଇରେକ୍ଟର ର ଭାବେ ଦାୟିତ୍ଵ ବହନ କରିଥାନ୍ତି । ଯଦି ସୁପରିଟେଣ୍ଡେଣ୍ଟ ଙ୍କ କାର୍ଯ୍ଯ ଏଭଳି ମନମୋଟିଆ ତାହାଲେ ଅନ୍ୟ ଡ଼ାକ୍ତର ମାନଙ୍କର ଉପରେ କି ବା ଉପେକ୍ଷା ଦେବା ।  ତେବେ ଲୋକ ଙ୍କ ଚିକିତ୍ସା ପାଇଁ ନିୟୋଜିତ ଥିବା ୧୪ ଟି ଡାକ୍ତର ଙ୍କ ମଧ୍ୟରୁ ୮ ଅଛନ୍ତି ଆଉ ୬ ଜଣ କୁଆଡେ ଗଲେ ? ଏହାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ର ମୂଖ୍ୟ ପ୍ରସାଶନିକ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ ଏହା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି । ଡ଼ାକ୍ତର ମାନଙ୍କ ମନ ମୋଟିଆ ଚିକିତ୍ସା କୁ ନେଇ ବରିଷ୍ଠ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

୨. ସ୍ୱାସ୍ଥ୍ୟ କେନ୍ଦ୍ରର ସୁଷମ ଖାଦ୍ୟ ବଣ୍ଟନ ବ୍ୟବସ୍ଥା……

ସ୍ୱାସ୍ଥ୍ୟ କେନ୍ଦ୍ରର ଅବହେଳା ଚିକିତ୍ସା ପରେ ରୋଗୀ ଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ରେ ମଧ୍ୟ ଚାଲିଛି ବହୁତ ବଡ଼ ଘୋଟାଲା ଯାହାକୁ ନେଇ ରୋଗୀ ଏବଂ କିଛି ସମାଜସେବୀ ମାନଙ୍କ ଅଭିଯୋଗ ହୋଇଆସୁଛି ସେଥି ପ୍ରତି ମଧ୍ଯ କାହାର ନଜର ନାହିଁ । ସରକାର ଙ୍କ ପକ୍ଷରୁ ରୋଗୀ ଙ୍କ ସୁସ୍ଥତା ଉପଯୁକ୍ତ ଭିଟାମିନ ଓ ସୁଷମ ଖାଦ୍ୟ ପରିବେଷଣ କରେଇବାର ଯୋଜନା ରହିଥିଲେ ହେଁ ଖାଦ୍ୟ ପାଇଁ ଟେଣ୍ଡର ନେଇଥିବା କଣ୍ଟ୍ରାକ୍ଟର ଙ୍କ ଘୋଟାଲା ରେ ପେଶି ହେଉଛନ୍ତି ନିରୀହ ରୋଗୀ ମାନେ । ଗୋଟେ ରୋଗୀ ଙ୍କ ମୁଣ୍ଡ ପିଛା ପ୍ଲେଟ ପ୍ରତି ୮୫ ଟଙ୍କାର ଖାଦ୍ୟ ପରିବେଷଣର ଅର୍ଥ ତାଲିକା ନିର୍ଦ୍ଧାରଣ ହୋଇଛି ଯାହାକୁ ୫୦ ଟଙ୍କା ହିସାବରେ (ଭାତ, ଡାଲି , ଗୋଟିଏ ଲେଖାଏଁ ଅଣ୍ଡା) ପ୍ରତି ପ୍ଲେଟ୍ ପିଛା ଖର୍ଚ୍ଚ କରି ବାକି ୩୫ ଟଙ୍କା ହିସାବରେ ଲକ୍ଷାଧିକ ଟଙ୍କାର ଘୋଟାଲା ହେଉଛି ।ରୋଗୀଙ୍କୁ ବଳକା ଖାଦ୍ୟ ତଥା ଅନୁପଯୁକ୍ତ ଖାଦ୍ୟକୁ ସକାଳ ଓ ସଂଧ୍ୟା ରେ ଦିଆଯାଉଥିବା ବେଳେ ରୋଗୀ ସେହି ଖାଦ୍ୟ କୁ ନେଇ ଅସନ୍ତୋଷ ପ୍ରକାଶ କରି କୁକୁର ମୁହଁ ରେ ଢ଼ାଳୁଥିବା ଦେଖିବାକୁ ମିଳିଛି । ରୋଗୀଙ୍କ ପ୍ରତିକ୍ରିୟା ଅନୁସାରେ ବାରମ୍ୱାର ଅଭିଯୋଗ କଲେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡଣ୍ଟ ସରକାରୀ ଦଳର ତେବର୍ ଦେଖାଇ ରୋଗୀ ଙ୍କୁ ଚୁପ୍ କରିଦେଉଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ତେବେ ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଘୋଟାଲା ରେ ରଣପୁରର କେଉଁ ରାଜନେତା ଙ୍କ ହାତ ରହିଛି ଏହାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହାକୁ ନେଇ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଉଭୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକାରେ ଲକ୍ଷାଧିକ ଟଙ୍କା ନେତା ମାନେ ଚଳୁ କରିଯାଉଥିବା ସାଧାରଣ ରେ ଅଭିଯୋଗ ହୋଇଛି ।

୩. ଚିକିତ୍ସା ନୀତି ….

ସାରା ବିଶ୍ବରେ ପ୍ରତିଷ୍ଠିତ ତଥା ଭାରତ ପ୍ରଥମ ଟିଭି ହସ୍ପିଟାଲ ନାମରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ର ଗଡଜାତ ଅଞ୍ଚଳ ରଣପୁର ଗଡର ପ୍ରଥମ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଣୀ ଡ. ବସନ୍ତ ମଞ୍ଜରୀ ଦେବୀ ଙ୍କ କର କମଳ ରେ ଏବଂ ରାଣୀ ଙ୍କ ଶତ ପ୍ରଚେଷ୍ଟା ରେ ଚାନ୍ଦପୁର ଠାରେ ଟିଭି ରୋଗୀ ମାନଙ୍କ ପାଇଁ ଏକ ସୁବିଧା ଜନକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଥିଲା ଯାହାର ଏବେ ବି ମଧ୍ୟ ଦେଶ ବିଦେଶ ରେ ଖ୍ୟାତନାମା ଅର୍ଜନ କରି ବସନ୍ତ ମଞ୍ଜରୀ ଟିଭି ହସ୍ପିଟାଲ୍ ଭାବେ ବେଶ୍ ପରିଚିତ ରହିଛି । ଏହା ହଜାର ହଜାର ଟିଭି ଦ୍ଵାରା ଆକ୍ରାନ୍ତ ରୋଗୀ ଙ୍କ ସୁଫଳ ଚିକିତ୍ସା ଲାଭ ଦିଗରେ ସହାୟକ ହୋଇ ଆସିଛି । ତେବେ ଏଠାରେ ସରକାର ଙ୍କ ନିର୍ଦ୍ଧେଶ ଅନୁସାରେ ଟିଭି ରୋଗୀ ଙ୍କ ଚିକିତ୍ସା ସହିତ ସାଧାରଣ ରୋଗ ର ଚିକିତ୍ସା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏବେ ମଧ୍ୟ ସେଠାରେ ଟିଭି ରୋଗୀ ଙ୍କ ପାଇଁ ସ୍ଵତନ୍ତ୍ର ଶଯ୍ୟା ବିଶିଷ୍ଟ ଚିକିତ୍ସା ର ବ୍ୟବସ୍ଥା ରହିଥିଲେ ହେଁ କୌଣସି ସନ୍ତୋଷଜନକ ବ୍ୟବସ୍ଥା ରୋଗୀ ଙ୍କ ର ହସ୍ତଗତ ହେଉନାହିଁ ଏତଦ୍ ବ୍ୟତୀତ ଟିଭି ରୋଗୀ ଙ୍କୁ ହସ୍ପିଟାଲ୍ ଚିକିତ୍ସା ରୁ ବଞ୍ଚିତ କରାଯାଉଛି ଯାହା ଏକ ନିନ୍ଦନୀୟ ଘଟଣା ହୋଇଛି । ଡ଼ାକ୍ତର ଟିଭି ରୋଗୀ ଙ୍କୁ ହସ୍ପିଟାଲ୍ ରେ ଚିକିତ୍ସା କରିବା ପାଇଁ ମନା କରିଦେଉଥିବା ଅଭିଯୋଗ ହୋଇ ଆସୁଛି । ଦଲାଲ ଓ ଡାକ୍ତର ଙ୍କ ସୁସମ୍ପର୍କ ରୋଗୀ ଙ୍କ ହନ୍ତସନ୍ତ ତଥା ମରଣ ର କାରଣ ପାଲଟିଛି । ସରକାର ଙ୍କ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ର ସୁବିଧା ଦିଆଯାଇଥିଲେ ହେଁ ରୋଗୀ ଙ୍କ ଠାରୁ ବେସରକାରୀ କର ଭାବେ ଅର୍ଥ ଆଦାୟ କରି ସ୍ୱାସ୍ଥ୍ୟ ପରୀକ୍ଷା ରକ୍ତ ନମୁନା ପରୀକ୍ଷା ଇତ୍ୟାଦି କରାଯାଉଥିବା ଦେଖିବାକୁ ମିଳିଛି । ଏ ସବୁ ଅଭିଯୋଗ ର ସଠିକ୍ ଅନୁଧ୍ୟାନ କରି ରୋଗୀ ଙ୍କୁ ଚିକିତ୍ସା ର ସୁବ୍ୟବସ୍ଥା ଯୋଗାଇ ଦେବାର ଦାୟିତ୍ବ ନେଇଥିବା ପ୍ରଶାସନ ଏଦିଗରେ କେବେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବିଚ ପେଟ୍ରୋଲିଂ କଡାକଡି

ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବିଚ ପେଟ୍ରୋଲିଂ କଡାକଡି

May 20, 2026
ପଞ୍ଚାୟତ ସ୍ତରୀୟ ଆମ ଗଞ୍ଜାମ,ସ୍ୱଚ୍ଛ ଗଞ୍ଜାମ ଆରମ୍ଭ

ପଞ୍ଚାୟତ ସ୍ତରୀୟ ଆମ ଗଞ୍ଜାମ,ସ୍ୱଚ୍ଛ ଗଞ୍ଜାମ ଆରମ୍ଭ

May 19, 2026
ଜିଲ୍ଲା ପ୍ରଶାସନ ପକ୍ଷରୁ ୫୨ ଜଣ କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ; ରଣପୁରର ୧୬ ଛାତ୍ରଛାତ୍ରୀ ଆଣିଲେ ଗୌରବ

ଜିଲ୍ଲା ପ୍ରଶାସନ ପକ୍ଷରୁ ୫୨ ଜଣ କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ; ରଣପୁରର ୧୬ ଛାତ୍ରଛାତ୍ରୀ ଆଣିଲେ ଗୌରବ

May 19, 2026
୩୦ଟି ବିଜ୍ଞପ୍ତିତ ନାଗରିକ ସେବାରେ ୯୪% ସମୟସୀମା ଅନୁପାଳନ ହାସଲ କଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ

୩୦ଟି ବିଜ୍ଞପ୍ତିତ ନାଗରିକ ସେବାରେ ୯୪% ସମୟସୀମା ଅନୁପାଳନ ହାସଲ କଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ

May 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବିଚ ପେଟ୍ରୋଲିଂ କଡାକଡି

ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବିଚ ପେଟ୍ରୋଲିଂ କଡାକଡି

May 20, 2026
ପଞ୍ଚାୟତ ସ୍ତରୀୟ ଆମ ଗଞ୍ଜାମ,ସ୍ୱଚ୍ଛ ଗଞ୍ଜାମ ଆରମ୍ଭ

ପଞ୍ଚାୟତ ସ୍ତରୀୟ ଆମ ଗଞ୍ଜାମ,ସ୍ୱଚ୍ଛ ଗଞ୍ଜାମ ଆରମ୍ଭ

May 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version