No Result
View All Result
୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ ସଦର :- ମୌଜା ଥାନା ଦଧିବାମନପୁର ସ୍ଥିତ ଇଂରାଜୀ ମାଧ୍ୟମିକ ସି ବି ଏସ ଇ ବିଦ୍ୟାଳୟ ଏ. କେ.ବିଦ୍ଯାମନ୍ଦିର ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ୍ ଶ୍ରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ଅଧ୍ୟକତାରେ ଆୟୋଜିତ ଉତ୍ସବକୁ ବିଦ୍ୟାଳୟର ମାର୍ଗ ଦର୍ଶକ ଡ଼ଃ ଅନିରୁଦ୍ଧ ଖିଲ୍ଲାର ଓ ଚେୟାରମ୍ୟାନ ଡ଼ଃ ଚନ୍ଦନା ବେହେରା ପିଲାମାନଙ୍କ ମଶାଲ ଦୌଡ଼ ସହିତ ଉଦଘାଟନ କରିଥିଲେ ।
ଦୁଇଦିନ ଧରି ଅନୁଷ୍ଠିତ କ୍ରୀଡା କାର୍ଯ୍ୟକ୍ରମର ପୁରସ୍କାର ବିତରଣୀ ଉତ୍ସବର ମୁଖ୍ୟ ଅତିଥି ଭାବରେ ପୂର୍ଵତନ ହକି ଖେଳାଳି ତଥା ବର୍ତମାନ ଓଡିଶା ହକି କୋଚ ଶ୍ରୀଯୁକ୍ତ ଗଣେଷ ଚନ୍ଦ୍ର କାନୁନଗୋ ଏବଂ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ହକି ଖେଳାଳି ତଥା ବର୍ତମାନ ଓଡିଶା ହକି କୋଚ ଶ୍ରୀଯୁକ୍ତ ତାପସ ଦାସ ଯୋଗ ଦେଇ ପିଲା ମାନଙ୍କ ପାଇଁ ପାଠ ପଢ଼ା ସହିତ କ୍ରୀଡାର ଉପକାରିତା ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ 180 ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ମାନଙ୍କୁ ମେଡାଲ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଶାସକ ଶ୍ରୀ କ୍ଷେତ୍ରମୋହନ ସେନାପତିଙ୍କ ତତ୍ୱାବଧାନ ରେ ଶ୍ରୀମତୀ ଅଳକାନନ୍ଦ ମହାପାତ୍ର, ଶ୍ରୀ ବିକାଶ କୁମାର ପାତ୍ର, ଶ୍ରୀ ସୂର୍ଯ୍ୟନାରାୟଣ ଦାଶ, ଶ୍ରୀ ପ୍ରଦୀପ କୁମାର ବସ୍ତିଆ, କୁମାରୀ ବନଜ୍ୟୋତ୍ସ୍ନା ମହାରଣା, ବନିତା ଜେନା,ଶ୍ରୀମତୀ କେ ଉଷା, ଶ୍ରୀମତୀ ତନୁଜା ସିଂ, ଶ୍ରୀମତୀ ମମତା ଦାସ, କୁମାରୀ ଶୁଭଶ୍ରୀ ମହାନ୍ତି, ଭକ୍ତିଲତା ରାଉତ, ଶ୍ରୀମତୀ ଇତିଶ୍ରୀ ଦାଶ, ସତ୍ୟଜିତ ମହାପାତ୍ର, ସୀତାରାଣୀ ମହାନ୍ତି, ପ୍ରିୟଦର୍ଶିନୀ ମହାନ୍ତି, ଶୁଭ୍ରଜ୍ୟୋସ୍ନା ସହୁ, ମଧୁସ୍ମିତା ଦାସ ଏବଂ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

No Result
View All Result