No Result
View All Result
୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଖମନଖୋଲ ପଞ୍ଚାୟତର ମେଡ଼ିକାଲ ପରିସରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖମନଖୋଲ ଏବଂ କ୍ୟାରମ ଅନୁଷ୍ଠାନ ର ମିଳିତ ପ୍ରୟାସ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ୨୦ ୟୁନିଟ ରକ୍ତ ସଂଗୃହିତ ହୋଇଛି l ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଦେବୀ ପ୍ରସାଦ ଓ ତାଙ୍କ ସ୍ତ୍ରୀ ଦୁର୍ଗେଶ ନନ୍ଦିନୀ ରକ୍ତଦାନ କରିଥିବା ବେଳେ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶୁଶାନ୍ତ ମଣ୍ଡଳ,
ସୁଡ୍ରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ସତ୍ୟବ୍ରତ ଦାସ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ଆୟୋଜନ କରିବା ସହ ରକ୍ତଦାନ କରି ଉଦାହରଣ ସାଜିଛନ୍ତି l ଉକ୍ତ ଶିବିରରେ ସିଆରପିଏଫ ଜବାନଙ୍କ ସମେତ ଅଞ୍ଚଳର ସମାଜସେବୀ ଓ ଯୁବକ ମାନେ ମଧ୍ୟ ରକ୍ତଦାନ କରିଥିଲେ l ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ର ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ସୋମ୍ୟ ଦର୍ଶନ ନାୟକ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗୃହିତ କରିଥିଲେ l

No Result
View All Result