No Result
View All Result
୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଓଡିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ ପକ୍ଷରୁ ଭୁବନେଶ୍ୱରସ୍ଥିତ ପ୍ରେସ୍ କ୍ଲବ୍ ଅଫ୍ ଓଡିଶାରେ ଆୟୋଜିତ ଏକ ପ୍ରେସ୍ କନ୍ଫରେନ୍ସ ଏବଂ ସ୍ୱତନ୍ତ୍ର ସ୍କି ୍ରନିଙ୍ଗ୍ରେ ଏହାର ଆଓ ନେକ୍ସଟ୍ ଓରିଜିନାଲ ସିରିଜ୍ ‘ଆନ୍ଥୋନି’ ରିଲିଜ୍ କରାଯାଇଛି । ଏହି ସୁପର୍ନ୍ୟାଚୁରାଲ ଥ୍ରିଲର୍ ୱେବ୍ ସିରିଜ୍ ‘ଆନ୍ଥୋନି’କୁ ବିରେନ୍ ଜ୍ୟୋତି ମହାନ୍ତି ନିର୍ଦ୍ଦେଶନା ଦେଇଛନ୍ତି ।
ମୁଖ୍ୟ କଳାକାର ମନୋଜ ମିଶ୍ର, ପାର୍ଥ ସାରଥୀ ରାୟ,ଚୌଧୁରୀ ବିକାଶ, ଚୌଧୁରୀ ଜୟପ୍ରକାଶ ଏବଂ ନିର୍ଦ୍ଦେଶକ ଏହି ସ୍ପେଶିଆଲ ସ୍କ୍ରିନିଙ୍ଗ୍ରେ ଉପସ୍ଥିତ ଥିଲେ । ଆଓ ନେକ୍ସଟ୍ର ସିଇଓ ଓ ପ୍ରତିଷ୍ଠାତା ତଥା ସିରିଜ୍ର ପ୍ରଡ୍ୟୁସର କୌଶିକ୍ ଦାସ ଏବଂ ଆଓ ନେକ୍ସଟ୍ର ସିଏଫ୍ଓ ଓ ସହପ୍ରତିଷ୍ଠାତା ରାମ୍ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।
ଏହି ବିଶେଷ ଅବସରରେ ଆଓ ନେକ୍ସଟ୍ର ବାର୍ଷିକ ସବସ୍କି ୍ରପ୍ସନ ଚଳିତ ଡିସେମ୍ବର ୧୭, ୧୮ ଏବଂ ୧୯ରେ ୩୯୯ଟଙ୍କା ପରିବର୍ତେ ୧୪୯ଟଙ୍କାର ଏକ ବମ୍ପର ଅଫର ମୂଲ୍ୟରେ ଉପଲବ୍ଧ ରହିଛି । ଏଥିରେ ଆନ୍ଥୋନି ଚରିତ୍ରରେ ଅଭିନୟ କରିଥିବା ମନୋଜ ମିଶ୍ର ହେଉଛନ୍ତି ଜଣେ ଲୋକପ୍ରିୟ ରାଜନେତାଙ୍କ ଗ୍ୟାଙ୍ଗର କୁଖ୍ୟାତ ସଦସ୍ୟ ଯାହାଙ୍କର ପ୍ରକୃତ ପରିଚୟ ଅଜ୍ଞାତ ରହିଛି ଏବଂ ଯିଏ ନିଜର ପରିଚୟ ହରାଇଛନ୍ତି ।
ଏହାକୁ ଫେରି ପାଇବା ପାଇଁ ହୋଇଥିବା ହଟ୍ଟଗୋଳ ଶେଷରେ ଚଳଚିତ୍ରର ମୁଖ୍ୟ ଚରିତ୍ରମାନଙ୍କ ଚାରିପାଖରେ ରହିଥିବା ଅନେକ ସତକୁ ଉନ୍ମୋଚନ କରୁଛି । ଏସମ୍ପର୍କରେ ନିର୍ଦ୍ଦେଶକ ବିରେନ୍ ଜ୍ୟୋତି ମହାନ୍ତି କହିଛନ୍ତି, ‘ ସ୍ୱଦେଶୀ ଓଡିଆ ଭାଷାରେ ଏକ ସୁପରନ୍ୟାଚୁରାଲ ଥ୍ରିଲର୍ ନିର୍ମାଣ କରିବା ଦୀର୍ଘ ସମୟ ହେବ ଏକ ସ୍ୱପ୍ନ ଥିଲା ।
ବର୍ତମାନ ସମୟରେ ଜାତୀୟ ହେଉ କିମ୍ବା ଆଂଚଳିକ, ଏକ ରୋମାଂଚକର ଅନୁଭୂତି ପାଇଁ ଦର୍ଶକଙ୍କ ଚାହିଦା ସର୍ବୋଚ୍ଚରେ ରହିଛି ଏବଂ ଏହି ପରୀକ୍ଷଣ ପାଇଁ ଆଓ ନେକ୍ସଟ୍ଠାରୁ ଏକ ଉନ୍ନତ ପ୍ଲାଟ୍ଫର୍ମ ଆଉ କିଛି ହୋଇପାରିବ ନାହିଁ । ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ଏହି ଚଳଚତି ୍ରକୁ ନିର୍ମାଣ କରିବା ଲାଗି ଦେଇଥିବା ନଜି ର ଅପାର ସହଯୋଗ ପାଇଁ ମୁଁ ସମସ୍ତ କାଷ୍ଟ୍ ଓ କ୍ରୁ ମେମ୍ବରଙ୍କ ପ୍ରତି କତୃ ଜ୍ଞ । ଆମେ ସିରିଜ୍ର ସଫଳତାକୁ ନେଇ ଆଶାବାଦୀ ରହିଛୁ ଏବଂ ଏହା ପରବର୍ତୀ ସିଜନଗୁଡିକୁ ଲଂଚ୍ କରିବା ପାଇଁ ଉତ୍ସାହିତ ରହିଛୁ ।’
ସେହିପରି ଆଓ ନେକ୍ସଟ୍ର ପ୍ରତିଷ୍ଠାତା ଓ ସିଇଓ କୌଶିକ୍ ଦାସ କହିଛନ୍ତି, ‘ଓଡିଶାରେ ପ୍ରଥମ ସ୍ୱାଧୀନ ଓଡିଆ ଓଟିଟି ପ୍ଲାଟ୍ଫର୍ମ ଭାବେ ଆମର ଆମ ଦର୍ଶକଙ୍କ ପ୍ରତି ଏକ ନିର୍ଦ୍ଧିଷ୍ଟ ଦାୟିତ୍ୱ ରହିଛି, ଯେଉଁଠାରେ ଆପଣ ଅସୀମିତ ଆଓ ଓରିଜିନାଲ ଓଡିଆ ୱେବ୍ ସିରିଜ୍, ଓରିଜିନାଲ ଓଡିଆ ମୁଭି ଓ ସର୍ଟ ଫିଲ୍ମ, କ୍ଲାସିକ୍ ଓଡିଆ ମୁଭି, ତେଲୁଗୁ ଓ ତାମିଲ ମୁଭି ଉପଭୋଗ କରିପାରିବେ ।
ଆମେ ଏକ ଶୋ’ର ସଫଳତା ପାଇଁ ସେମାନଙ୍କର ଚାହିଦାକୁ ଧ୍ୟାନରେ ରଖିଛୁ ଏବଂ ସେହି ଅନୁଯାୟୀ ସୃଜନଶୀଳ ନିଷ୍ପତି ନେଉଛୁ ।’ଆଓ ନେକ୍ସଟ୍ର ସିଏଫ୍ଓ ଓ ସହପ୍ରତିଷ୍ଠାତା ରାମ ପଟ୍ଟନାୟକ କହିଛନ୍ତି, ‘ଓଡିଆ ଦର୍ଶକମାନେ ନିଜ ଭାଷାରେ ଏଭଳି କିଛି ପୂର୍ବରୁ କେବେ ଦେଖିନଥିଲେ ଏବଂ ଆମେ ଏହାକୁ ଆମର ଦର୍ଶକମାନଙ୍କ ପସନ୍ଦଯୋଗ୍ୟ କରି କାହାଣୀ ପ୍ରତି ସମ୍ପୂର୍ଣ୍ଣ ନ୍ୟାୟ କରିବାକୁ ଚେଷ୍ଟା କରିଛୁ ।’

No Result
View All Result