୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ଼ ଗୋଷ୍ଠି ପଶୁ ଚିକିତ୍ସାଳୟ ପରିସର ଠାରେ ଗାଈ ଗୋରୁ ମାନଙ୍କ ଚ୍ଚର୍ମ ବିଣ୍ଡୀ ରୋଗ ସମ୍ପର୍କୀୟ ଜିଲ୍ଲା ସ୍ତରୀୟ ସମିକ୍ଷା ବୈଠକ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଗିରିଶ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରମାକାନ୍ତ ରଣା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନାରାୟଣ ମହାପାତ୍ର, ଡାକ୍ତର ତରୁଣେନ୍ଦୁ ପତ୍ର, ଡାକ୍ତର ଶ୍ରୀକାନ୍ତ ଖଟୁଆ, ଜିଲ୍ଲା ଉପନିର୍ଦ୍ଦେଶକ ବିଦ୍ୟୁତ ଶେଖର ମିଶ୍ର ଯୋଗଦାନ କରି ପ୍ରତ୍ୟେକ ବ୍ଲକର ସମସ୍ତ ବିଷୟ ମାନ ସମୀକ୍ଷା କରିଥିଲେ ।
ବର୍ତମାନ ଗାଈ ଗୋରୁ ମାନେ ଏହି ରୋଗରରେ ପଡ଼ି ବିଭିନ୍ନ ସ୍ଥାନରେ ମୃତ୍ୟୁ ବରଣ କରୁଥିବାରୁ ଆଜିର ବୈଠକରେ ଗାଈ ଗୋରୁଙ୍କୁ ହେଉଥିବା ଚର୍ମ ବିଣ୍ଡି ରୋଗ ସମ୍ପର୍କରେ ଗୋ ପାଳକ ମାନଙ୍କୁ ସଚେତନ କରି ଏହି ରୋଗର ନିରାକରଣ ଓ ଚିକିତ୍ସା ଯୋଗାଇ ଦେବାପାଇଁ ଉପସ୍ଥିତ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ମାନଙ୍କୁ ନିର୍ଦ୍ଦେଶ ଦିଆଗଲା । ଗୋପାଳକ ମାନଙ୍କ ମଧ୍ୟରେ ଏହି ରୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା,
ରୋଗର ନିରାକରଣ ନିମନ୍ତେ ସମସ୍ତ ସୁସ୍ଥ ଗାଈ ଗୋରୁଙ୍କର ପ୍ରତିଷେଧକ ଟୀକା କରଣ କାର୍ଯ୍ୟକୁ ଯୁଦ୍ଧ କାଳୀନ ଭିତ୍ତିରେ ତ୍ୱରାନ୍ୱିତ କରିବା, ଆକ୍ରାନ୍ତ ପଶୁ ମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ଏବଂ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚିକିତ୍ସା ଶିବିର ମାନ ଆୟାଜନ କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଧେଶ ଦିଆ ଯାଇଥିଲା । ଏହି ବୈଠକକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଡାକ୍ତର ଏସ କେ ରେଡ୍ଡୀ ଏବଂ ଡାକ୍ତର ତପସ୍ଵିନୀ ନାୟକ ପରିଚାଳନା କରିଥିବା ବେଳେ କର୍ମଚାରୀ ମାନେ ସହଯୋଗ କରିଥିଲେ ।














