ଶକ୍ତି ସଂରକ୍ଷଣ ସପ୍ତାହର ଏକ ଅଂଶ ଭାବରେ,୧୪ ଡିସେମ୍ବର ୨୦୨୨ରେ “ଜାତୀୟ ଶକ୍ତି ସଂରକ୍ଷଣ ଦିବସ”ପାଳନ କରାଯାଇଥିଲା । ଏହି ଅବସରରେ ଖୋର୍ଦ୍ଧାରୋଡ଼ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଅଶୋକ କୁମାର ଏବଂ ବରିଷ୍ଠ ମଣ୍ଡଳ ବିଦ୍ୟୁତ ଇଞ୍ଜିନିୟର(ସାଧାରଣ) ଶ୍ରୀ ଏସ଼ କେ ରାଉତ,ଅନ୍ୟ ଶାଖା ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ଶକ୍ତି ସଂରକ୍ଷଣ ଟିପ୍ସ” ଧାରଣ କରିଥିବା ଏକ ବ୍ରୋଚର ପ୍ରକାଶ କରିଥିଲେ ।
ଏହି ଅବସରରେ କର୍ମଚାରୀମାନଙ୍କୁ ଶକ୍ତିର ମହତ୍ତ୍ଵ ତଥା ଶକ୍ତି ସଞ୍ଚୟ ପଦକ୍ଷେପ ବିଷୟରେ ଅବଗତ କରାଇବା ପାଇଁ, ଟ୍ରାଫିକ୍ କଲୋନୀ ସ୍ଥିତ ଇଲେକ୍ଟ୍ରିକାଲ ବ୍ରେକ ଡାଉନ୍ କାର୍ଯ୍ୟାଳୟରେ ଶ୍ରୀ ରୋବିନ୍ କୁମାର ପଣ୍ଡା ସହାୟକ ମଣ୍ଡଳ ବିଦ୍ୟୁତ ଇଞ୍ଜିନିୟରଙ୍କ ଦ୍ଵାରା ଏକ ସେମିନାର୍ ଆୟୋଜିତ କରାଯାଇଥିଲା । କର୍ମଚାରୀମାନଙ୍କୁ ଶକ୍ତି ସଂରକ୍ଷଣ ଟିପ୍ସ ଅନୁସରଣ କରିବାକୁ ଏବଂ ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ରେଳ ବ୍ୟବହାରକାରୀଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଥିଲା । ସେମିନାରରେ ସେକ୍ସନ୍ ଇଞ୍ଜିନିୟର୍ସ,ଜୁନିୟର ଇଞ୍ଜିନିୟର୍ସ ଏବଂ ଇଲେକ୍ଟ୍ରିକାଲ୍ (ଜେନେରାଲ୍) ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।

© 2023 Odisha Taza News.