ମଣ୍ଡିରେ ମାଣ୍ଡିଆ ବିକ୍ରୟ ନିମନ୍ତେ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଯାଇଛି ଓ ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଯେଉଁ ଚାଷୀମାନେ ମଣ୍ଡିରେ ମାଣ୍ଡିଆ ବିକ୍ରୟ କରିବାକୁ ଚାହୁଁଛନ୍ତି ସେମାନେ ନିକଟସ୍ଥ କୃଷି ବିଭାଗ କର୍ମଚାରୀ , ଆର.ଉଦୟଗିରି ବ୍ଲକ ନିମନ୍ତେ ମା କୂରେଈଶୁଣୀ ପ୍ରଡୁସର କମ୍ପାନୀର କର୍ମକର୍ତା , ନୂଆଗଡ ବ୍ଲକର ଚାଷୀମାନେ ମହେନ୍ଦ୍ରଗିରି ପ୍ରଡୁସର କମ୍ପାନୀର କର୍ମକର୍ତା ଓ ସୁରକ୍ଷା ଅନୁଷ୍ଠାନ କର୍ମୀ ଙ୍କୁ ଯୋଗାଯୋଗ କରି ପଞ୍ଜିକରଣ ନିମନ୍ତେ ଆବଶ୍ୟକ ହେଉଥିବା ନଥିପତ୍ର ଯଥା :ଚାଷୀଙ୍କ ଆଧାର କାର୍ଡ,ଭୋଟ ପରିଚୟ ପତ୍ର ,ବ୍ୟାଙ୍କ ଜମାଖାତା ଓ ଚାଷଜମିର ପଟା ର ନକଲ ସଂଲଗ୍ନ କରି ଚଷିପଞ୍ଜିକରଣ ଫର୍ମ ପୁରାଣ କରିବାକୁ ହେବ I
ଚଳିତ ବର୍ଷ ଏଫ.ଏ.କ୍ୟୁ. ମାନର ମାଣ୍ଡିଆ କୁଇଣ୍ଟାଲ ପ୍ରତି ଟ. ୩୫୭୮/- ଆର .ଉଦୟଗିରି ବ୍ଲକ ରେ ମା କୂରେଈଶୁଣୀ ପ୍ରଡୁସର କମ୍ପାନୀ ଓ ନୂଆଗଡ ବ୍ଲକରେ ମହେନ୍ଦ୍ରଗିରି ପ୍ରଡୁସର କମ୍ପାନୀ ମାଧ୍ୟମରେ (ଆସନ୍ତା ମାସ ତଥା ଜାନୁୟାରୀ ୨୦୧୩ ଠାରୁ ମାର୍ଚ୍ଚ ୨୦୧୩ )ଟିଡ଼ିସିସି କ୍ରୟ କରିବାର ବ୍ୟବସ୍ତା ରହିଛି ବଲି ପରକାଶ କରିଛନ୍ତି ନୂଆଗଡ ବ୍ଲକ କ୍ରୁଷିଅଧିକାରୀ ଶ୍ରୀ ଶେଖ ଅହେସନ I ଏହି କାର୍ଯ୍ୟକ୍ରମକୁ ସୁରକ୍ଷା ସଂଗଠନର ନୂଆଗଡ ଓ ଆର.ଉଦୟଗିରି ବ୍ଲକର ଓଡିଶା ମିଲେଟ ମିଶନ ବ୍ଲକ ସଂଯୋଜକ ପରିଚାଳନା କରିଥିଲେ I

© 2023 Odisha Taza News.