କେତେବେଳେ ପାଇପରେ ପାଣି ଆସୁଛି ତ ଆଉ କେତେବେଳେ ନାହିଁ । ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ଦୂର ହୋଇପାରୁନାହିଁ । ଗ୍ରାମରେ ପ୍ରାୟ ଦୁଇଶହ ରୁ ଉଦ୍ଧ୍ବ ପରିବାର ବସବାସ କରୁଛନ୍ତି । ପ୍ରାୟ ଏକ ସପାହରୁ ଉଦ୍ଧ୍ବ ହେବ ଗାଁରେ ସଂଯୋଗ ହୋଇଥିବା ପାଇପରେ ପାଣି ଆସୁନାହିଁ । ଫଳରେ ଲୋକେ ପିଇବା ପାଇଁ ପାଣି ଟୋପାଚ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ମଙ୍ଗଳବାର ବାଧ୍ୟ ହୋଇ ଗାଁର ଶତାଧିକ ମହିଳା ହାଣ୍ଡି,ମାଠିଆ ଧରି ସକାଳୁ ୮ଟାରୁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣାରେ ବସିଥିଲେ ।
ସରପଞ୍ଚ ବାବୁଲି ପାଟମାଝି ପହଞ୍ଚି ବହୁ ପ୍ରକାର ବୁଝାସୁଜା କରିଥିଲେ ମଧ୍ୟ ମହିଳାମାନେ କିଛି ଶୁଣି ନ ଥିଲେ । ଏ ନେଇ ବିଡିଓ ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କୁ ସରପଞ୍ଚ ଜଣାଇଥିଲେ ମଧ୍ୟ ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଞ୍ଚି ନ ଥିଲେ । ଫଳରେ ମହିଳାମାନେ ସରପଞ୍ଚଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ପକାଇ ଯାଇଥିଲେ । ସନ୍ଧ୍ୟାରେ ଯନ୍ତୀ ଓ ନଳକୂପ ମରାମତି କର୍ମୀ ପହଞ୍ଚି ଗୋଟିଏ ନଳକୂପ ମରାମତି କରିଥିଲେ ମଧ୍ୟ ସେଥିରୁ ପାଣି ବାହାରି ନଥିଲା
ତେବେ ଯନ୍ତୀ ଜଣଙ୍କ ବୁଝାଇଥିଲେ ମଧ୍ୟ ସପ୍ଲାଏ ପାଣି ନ ଆସିବା ପର୍ଯ୍ୟନ୍ତ ତାଲା ଖୋଲିବେ ନାହିଁ ବୋଲି ମହିଳାମାନେ ଜିଦ୍ ଧରି ବସିଥିଲେ । ଏହା ପରେ ଗୁରୁବାର ସ୍ଥାନୀୟ ବିଡିଓ ଓ ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର ଏବଂ ଗ୍ରାମ୍ୟ ଜଳ ଓ ପରିମଳ ବିଭିଗର ସହକାରୀ ନିର୍ବାହି ଯନ୍ତୀ ସରୋଜ କୁମାର ପାଢୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମର ମହିଳାଙ୍କୁ ଦୁଇ ମାସ ସୁଧା ଗ୍ରାମର ପାଣି ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶୃତି ପରେ ଗ୍ରାମର ପଞ୍ଚାୟତ ଧାରଣା ଉଠିବା ସହ ପଞ୍ଚାୟତର ତାଲା ଖୁଲିଥିଲେ ।

© 2023 Odisha Taza News.