ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ସରିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଏହି ରାସ୍ତାର ମରାମତି କରିବା କଥା ମାତ୍ର ଏହାପରେ ବିଭିନ୍ନ ସ୍ଥାନରେ ଖାଲଖମା ହୋଇଥି୍ଲେ ମଧ୍ୟ କୌଣସି ମରାମତି କାମ ହୋଇନାହିଁ । ତେବେ ଆର୍ ଉଦୟଗିରି ବ୍ଲକ୍ ର ପୋଲାଆମ୍ବ ସାହି ଠାରୁ ବାଦପୁର (୩ କିମି) ପର୍ଯ୍ୟନ୍ତ ପିଚୁ ରେ ନିର୍ମିତ ସଡ଼କ ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି । ସାମାନ୍ୟ ବର୍ଷା ହେଲେ ଉକ୍ତ ଖାଲରେ ଆଣ୍ଠୁଏ ପାଣି ଜମି ଦୁର୍ଘଟଣା ଘଟଉଛି । ଏହି ରାସ୍ତା ମରାମତି କରିବା ପାଇଁ ବହୁବାର ଦାବି ହେବା ପରେ କିଛି ଦିନ ତଳେ ରାସ୍ତା ମରାମତି କାମ ଆରମ୍ଭ ହୋଇଥି୍ଲା ହେଲେ କାମ ହେବାର ମାସେ ନା ପୁରୁଣୁ ପୁନଶ୍ଚ ରାସ୍ତା ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଲୋକଙ୍କ କହିବା ଅନୁଯାୟୀ ବିଗତ ଦିନରେ ରାସ୍ତା ମରାମତି କାମ ଅତି ନିମ୍ନମାନର କରିଥିବାରୁ ଆଜି ଏହିଭଳି ପରିସ୍ଥିତି ଉପୁଜିଛି ।
ରାସ୍ତା ମରାମତି କାମ ସମୟରେ ଗ୍ରାମ୍ୟଉନ୍ନୟନ ବିଭାଗର ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା । ଯାହାଫଳରେ ଠିକାଦାର ଙ୍କର ମନମୋଟିଆ କାମ ଚାଲିଥିଲା , ଠିକାଦାର ଙ୍କ ର ହରିଲୁଟ ରେ ଏବେ ଗ୍ରାମବାସୀ ଙ୍କ ପାଇଁ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ କନିଷ୍ଠ ଯନ୍ତ୍ରୀ ମଧ୍ୟ ହରିଲୁଟ ରେ ସାମିଲ ଥିବା କଥା ସାମନାକୁ ଆସିଛି । ଏହାକୁ ନେଇ ଗ୍ରାମବାସୀ ଉତ୍ୟକ୍ତ ଥିବା ବେଳେ ଏହି ଅଞ୍ଚଳର ରାସ୍ତା କାମ ଯଦି ତୁରନ୍ତ ନକରାଯାଏ ତା ହେଲେ ଆଗାମୀ ଦିନରେ ଏହି ଅଞ୍ଚଳର ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ବିଷୟ ନେଇ ସ୍ଥାନୀୟ ଗ୍ରମ୍ୟଉୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଶୁଭଶ୍ରୀ ଜେନାଙ୍କ ସହ ଯୋଗାଯୋଗା କରିବାରୁ ସେ କହିଛନ୍ତି ସେହି ରାସ୍ତାକାମ ପାଇଁ ଟେଣ୍ଡର ସରିଛି ଅତିଶିଘ୍ର ରାସ୍ତା ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି । ଏହି ବିଭାଗରେ କୋଟି କୋଟି ଟଙ୍କା କାମ ଚାଲିଛି ଥିଲେ ମଧ୍ୟ ବିଭାଗ୍ୟୟ ଗ୍ରାମ୍ୟଉନ୍ନୟନ ବିଭାଗର ଯନ୍ତ୍ରୀ ଅଞ୍ଚଳରେ ଦେଖିବାକୁ ମିଳୁନାହିଁ ।
ଏମାନେ ମାସ ଅଧିକାଂଶ ସମୟରେ ବ୍ରହ୍ମପୁର ରହନ୍ତି । ବିଭାଗର ଉଚ୍ଚ ଅଧିକାରୀ ଆସିବାର ଜାଣି ବ୍ରହ୍ମପୁରରୁ ଆର, ଉଦୟଗିରିକୁ ଆସନ୍ତି । ଏହି ସବଡିଭିଜନ କାର୍ଯ୍ୟାଳୟରେ ତାଲା ଝୁଲୁଥିବାର ଦେଖିବାକୁ ମିଳୁଛି । ଅଞ୍ଚଳର ଲୋକେ କୌଣସି କାମରେ ଯନ୍ତ୍ରୀ ଅଭିଯୋଗ ଜଣାଇବାକୁ ଗଲେ କାର୍ଯ୍ୟାଳୟ ପିଅନ ଥାଆନ୍ତି ପଚାରିଲେ ସାର ନଥିବା କଥା କୁହନ୍ତି । ଏମିତିରେ କହିବାକୁ ଗଲେ ସରକାରୀ କାର୍ଯ୍ୟାଳୟ ରେ ଅଫିସର ଙ୍କ ଠୁ ଅଧିକା ପିଅନଙ୍କୁ ଦେଖିବାକୁ ମିଳେ । ଅଞ୍ଚଳବାସୀ ଯନ୍ତ୍ରୀଙ୍କୁ ନପାଇ ନିରାଶରେ ଫେରନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି । ତେବେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି କି ,ଏହି ବିଭାରଗ ଦ୍ବାରା ହେଉଥିବା ସମସ୍ତ କାମ ଗୁଡିକୁ ଦୁର୍ନୀତି ବିଭାଗ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ପଦାକୁ ଆସିପାରନ୍ତା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା କୋଟି କୋଟି ଟଙ୍କା କାମ ଚାଲିଛି ବିଭାଗ ଯନ୍ତ୍ରୀ ଏବଂ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକାରେ ସମସ୍ତ କାମ ନିମ୍ନମାନର ଚାଲିଛି ।

© 2023 Odisha Taza News.