ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ଗଜପତି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣି ସମାଜର ସଭାଗୃହ ଠାରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ଅଧ୍ୟକ୍ଷ । ଡକ୍ଟର ଅନ୍ନପୂର୍ଣ୍ଣ। ଦେବୀଙ୍କ ସଭାପତିତ୍ୱରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଆଶା ଲତା ପାଣିଗ୍ରାହୀ ଅତିଥି ଆବାହନ କରିଥିବା ବେଳେ ବି. କମଳାଙ୍ଗୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ।
ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଜୀବନୀ ଉପରେ ଶୁଭ ଶ୍ରୀ ନାୟକଙ୍କ ଦ୍ଵାରା ଲିଖିତ ପୁସ୍ତକ “ପ୍ରଣାମି ପୂର୍ଣ୍ଣ ଚନ୍ଦ୍ର”ଉନ୍ମୋଚିତ କରିଥିଲେ ।ଏହା ସହ ବାଲେଶ୍ଵର ଜିଲ୍ଲା ବସ୍ତାର କବି ଡକ୍ଟର ପ୍ରଦୀପ କୁମାର ମିଶ୍ରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।
ସମ୍ମାନୀତ ବକ୍ତା ଭାବେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତମହା ବିଦ୍ୟାଳୟର ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର ଅଜୟ କୁମାର ତ୍ରିପାଠୀ, ଚାନ୍ଦି ପୁଟ ମହା ବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଶିକ୍ଷା ବିତ ସନାତନ ନାୟକ ସମ୍ମାନିତ ବକ୍ତା ଭାବେ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମ ରେ ଡକ୍ଟର କଲ୍ୟାଣି ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ, ଅଧିବକ୍ତା ଇତିଶ୍ରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଓଡ଼ିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ ।














