ସୂଚନା ଅନୁଯାଇ ଆଜି ସକାଳ ଭୋର ସମୟରେ ଗ୍ରାମର କିଛି ଲୋକ ମାମୁଁ ଭଣଜା ପାହାଡ଼ର ଆର ପଟକୁ ନିଜର କ୍ଷେତଜମିକୁ ଧାନ ଆଣିବାକୁ ଯିବାବେଳେ ରେଳ ଧାରଣା ଉପରେ ଗୋଟିଏ ଅଜଗର ସାପ କୌଣସି ଏକ ଟ୍ରେନରେ କଟି 3 ଖଣ୍ଡ ହୋଇ ପଡ଼ିଥିବାର ଦେଖିଥିଲେ l ସାପଟି ଖାଦ୍ୟ ଅନ୍ୱେଷଣ ରେ ଆସିଥିବା ଅନୁମାନ କରାଯାଉଛି |
ଖବର ପାଇ ବାଲୁଗାଁ ବନବିଭାଗ ସେଠାରେ ପହଁଚି ସାପଟିକୁ ଜବତ କରିଥିଲେ l ଉକ୍ତ ସାପଟି ଛଅ ପୁଟ ଲମ୍ୱ , ପ୍ରାୟ ପନ୍ଦର କେଜି ଓଜନ ହେବ l ସାପଟିକୁ ପୋତିଦିଆ ଯିବ ବୋଲି ବନବିଭାଗ ସୂଚନା ଦେଇଛି |

© 2023 Odisha Taza News.