No Result
View All Result
୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ୍ “ଫୋଷ୍ଟକ” ସ୍ଵୀକୃତି ପ୍ରାପ୍ତ ସ୍ୱେଚ୍ଛାସେବୀ ସଙ୍ଗଠନ “ଉତ୍ସର୍ଗ” ଆନୁକୁଲ୍ୟରେ ଖାଦ୍ୟ ନିରାପତ୍ତା ମାନକ ଓ ସ୍ବଚ୍ଛତା ସମ୍ପର୍କିତ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ଏମ: ମୁବାରକ ଅଲ୍ଲୀ ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ ତପସ୍ଵିନୀ ବେହେରା ଅନ୍ୟତମ ଅତିଥି ବାବେ ଯୋଗଦେଇ ସରକାରଙ୍କ ଉଦ୍ଧିଷ୍ଟ ଖାଦ୍ୟ ନିରାପତ୍ତା ଏବଂ ତାର ସ୍ବଚ୍ଛତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।
ଏହି ସଚେତନତା ତାଲିମ ଶିବିର କାର୍ଯ୍ୟକ୍ରମରେ ଫୋଷ୍ଟାକ”ର ପ୍ରଶିକ୍ଷକ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଯୋଗଦେଇ ପାରଳାଖେମୁଣ୍ଡି ସହରର ୫୦ ଜଣ ଖାଦ୍ୟ ବିକ୍ରେତାଙ୍କୁ ଖାଦ୍ୟ ନିରାପତ୍ତା , ଖାଦ୍ୟ ସ୍ବଚ୍ଛତାର ଆଭିମୁଖ୍ୟ ଓ ତାର ଉପାଦେୟତା , ପ୍ରସ୍ତୁତି ପ୍ରଣାଳୀ , ସଂରକ୍ଷଣ , ଆଇନ ଓ କୋଭିଡ ନିୟମାବଳୀ ପ୍ରଭୃତି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ପାୱାର ପଏଣ୍ଟ ତଥା ସ୍ଲାଇଡ୍ ମାଧ୍ୟମରେ ପ୍ରଦର୍ଶନ କରି ସଚେତନ ମୂଳକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଏହି ତାଲିମ ଶିବିର କାର୍ଯ୍ୟକ୍ରମରେ “ଉତ୍ସର୍ଗ” ସଂଗଠନର ସଭାପତି ଶ୍ରୀ ପ୍ରିୟ ରଞ୍ଜନ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଶ୍ରୀ ସୁକାନ୍ତ ମନ୍ତ୍ରୀଉପସ୍ଥିତସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଏହି ସଚେତନତା ତାଲିମ ଶିବିରର ସମସ୍ତ କାର୍ଯ୍ୟକ୍ରମକୁ “ଉତ୍ସର୍ଗ” ସଂଗଠନର ସମ୍ପାଦିକା ଲକ୍ଷ୍ମୀପ୍ରିୟା ମୁଦୁଲି ପରିଚାଳନା କରିଥିବା ବେଳେ ହେମାମାଳିନୀ ଭୂୟାଁ ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

No Result
View All Result