No Result
View All Result
୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜ଼ିଲ୍ଲା ଅଡବା ଥାନା ଗୁଣ୍ଡିମା ଛକ ରେ ବାଇକ୍ ଦୁର୍ଘଟଣା ରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି l ଆହତ ଯୁବକମାନେ ହେଲେ ମୋହନା ଜଗନ୍ନାଥ ମନ୍ଦିର ସାହି ର ତୋଫାନ ମାଝୀ, ସୁଶୀଲ ମହାନ୍ତି ଏବଂ ହରିଜନ ସାହିର ଶଙ୍କର ଚୌଧୁରୀ l ସୂଚନା ପ୍ରକାରେ ଯୁବକ ମାନେ ଏକ ଭୋଜି କାର୍ଯ୍ୟ ରେ ଯୋଗ ଦେଇ ଅଡବା ଠାରୁ ମୋହନା ଅଭିମୁଖେ ଆସୁଥିବା ବେଳେ ଗୁଣ୍ଡିମା ବୁଲାଣି ରେ ଭରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ରେ ଥିବା ଗାର୍ଡ ୱାଲ୍ ଖୁଣ୍ଟ ରେ ପିଟି ହୋଇଯାଇଥିଲେ l
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସାତୋଟି ଗାର୍ଡ ୱାଲ୍ ଖୁଣ୍ଟ ସମ୍ପୂର୍ଣ ଭାଙ୍ଗି ଯାଇଥିଲା l ଆହତ ଯୁବକ ମାନଙ୍କୁ ପ୍ରଥମେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମ୍କେସିଜି ହସପିଟାଲ ସ୍ଥାନାନ୍ତର କରାଯାଇଛି l ଅଡବା ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି l

No Result
View All Result