No Result
View All Result
୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ପଞ୍ଚାୟତ ଅଧିନରେ ଥିବା ଜଗନ୍ନାଥ ପ୍ରସାଦ ଉଚ୍ଚ ବିଦ୍ୟାଳୟ ପରିସରରେ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଙ୍କ କିମ୍ସ ଆନୁକୂଲ୍ୟରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ନୂଆଗାଁ ବ୍ଲକ୍ ପ୍ରତିନିଧି ବିଜୟ କୁମାର ସାସମଲ,ଗଣିଆ ବ୍ଲକ୍ ପ୍ରତିନିଧି ଶେଷଦେବ ସ୍ୱାଇଁ ,ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା,ବିଜେଡ଼ି ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ସୋରଡ଼ା ସରପଞ୍ଚ ଫକିର ମୋହନ ସାହୁ ,ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
କିମ୍ସ ଚିକିତ୍ସାଳୟର ଡାକ୍ତର ଡ଼ ଚାନ୍ଦିନୀ ମିଶ୍ର, ସଙ୍ଗୀତା ପ୍ରଧାନ ଏବଂ କେ ଏସ ସଙ୍ଗୀତା ୫ ଶହ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଥିବା ବେଳେ କିମ୍ସ କର୍ମଚାରୀ ମାଗଣା ଔଷଧ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ସୋରଡ଼ା ସରପଞ୍ଚ ଫକିର ମୋହନ ସାହୁ,ସାଂସଦ ଙ୍କ ବ୍ଲକ୍ ପ୍ରତିନିଧି ବିଜୟ କୁମାର ସାସମଲ,ଜିଲ୍ଲା ପରିଷଦ ପ୍ରତିମା ଦଳ ବେହେରା ଏବଂ ସମିତି ସଭ୍ୟ ସହଯୋଗ କରିଥିଲେ।

No Result
View All Result