ଏ ଦିଗରେ ସମସ୍ତ ନାଗରିକ ଯେଭଳି ସମାନ ଅଧିକାର ପାଇବା ସହ ଉପଯୁକ୍ତ ନ୍ୟାୟ ପାଇ ପାରିବେ ସେଥିପାଇଁ ଆଇନ ବିଭାଗୀୟ କାର୍ଯ୍ୟରତ ସମସ୍ତେ ବ୍ରତୀ ହେବା ପାଇଁ ଆହ୍ବାନ କରିଥିଲେ ।ଏହି ଅବସରରେ ଉପସ୍ଥିତ ସମସ୍ତ ଆଇନ ବିଭାଗୀୟ ଅଧିକାରୀ , କର୍ମଚାରୀ ଓ ଆଇନଜୀବୀ ମାନେ ସମ୍ବିଧାନର ପ୍ରସ୍ତାବନାକୁ ସମାନତା , ସ୍ବଚ୍ଛତା ଓ ନିରପେକ୍ଷତାର ସହ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ ଦିଗରେ ଜାତିର ଏକତା ଓ ଅଖଣ୍ଡତାକୁ ବଜାୟ ରଖି ସମସ୍ତ ନାଗରିକଙ୍କୁ ସେମାନଙ୍କ ଅଧିକାର ଓ ନ୍ୟାୟ ପ୍ରଦାନ କରିବା ଦିଗରେ ଶପଥ ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆଇନଜୀବୀ , ଜିଲ୍ଲା କୋର୍ଟ ଓ ଆଇନସେବା ପ୍ରାଧିକରଣର କର୍ମଚାରୀ ମାନେ ଯୋଗ ଦେଇଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ଶ୍ରୀ କାହ୍ନୁ ଚରଣ ପଣ୍ଡା ଏବଂ ଶ୍ରୀ ରଘୁ ନନ୍ଦନ ଦାସ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।© 2023 Odisha Taza News.