ଖୋଜାଖୋଜି କରିବା ପରେ ମଧ୍ୟ ବାଇକ ନ ମିଳିବାରୁ ଶେଷ ରେ ବାଧ୍ୟ ହୋଇ ଏସମ୍ପର୍କରେ ବୈପାରିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ ଜଣାଇବା ନିମେନ୍ତ ଆସୁଥିବା ସମୟରେ ବୈପାରିଗୁଡା ମୁଖ୍ୟଛକ ଦେଇ ଦୁଇ ଜଣ ଯୁବକ ସେହି ବାଇକ ଯୋଗେ ଦିଗାପୁର ଜୟପୁର ରାସ୍ତା ପଟେ ଯାଉଥିବା ଦେଖି କମ୍ପାନୀ କର୍ମଚାରୀ ମାନେ ସନ୍ଦେହ କରି ଏହି ଦୁଇ ଜଣଙ୍କୁ ଅନ୍ୟ ଏକ ବାଇକ ଯୋଗେ ପିଛା କରି ଦିଗାପୁର ରାସ୍ତାର ବୈପାରିଗୁଡା ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମ ପାଖରେ ଅଟକାଇଥିଲେ । ଗ୍ରାମବାସୀ ପୋଲିସ ଓି କମ୍ପାନୀର ୩ ଜଣ କର୍ମଚାରୀ ମାନଙ୍କୁ ଦେଖି ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣେ ବାଇକ ସହ ଘଟଣାସ୍ଥଳରେ ହିଁ ଧରାପଡି ଯାଇଥିବାର ଜଣାପଡିଛି ।
କହିବାକୁ ଗଲେ ପୋଲିସ ଓ ଗ୍ରାମବାସୀଙ୍କ ସହାୟତାରେ ହିଁ ଜଣଙ୍କୁ କାବୁ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ଯେ ବାଇକ ଚୋରି କରିବା ପରେ ଏହି ଦୁଇ ଜଣ ଯୁବକ ବାଇକର ନମ୍ବର ପ୍ଲାଟ କାଢି ଦେଇଥିଲେ । ବାଇକ ଚାଳକ ସମାନ ରଙ୍ଗର ଗାଡି ଦେଖିବା ସହ କାହିଁକି ଗାଡିରେ ନମ୍ବର ପ୍ଲାଟ୍ ଲାଗିନାହିଁ ବୋଲି ସନ୍ଦେହ କରି ଏହି ବାଇକ ପଛରେ ପିଛା କରିଥିଲେ ଏବଂ ଶେଷରେ ନିଜ ବାଇକକୁ ମଧ୍ୟ ଖୋଜି ଥିବା କହିଛନ୍ତି କମ୍ପାନୀ କର୍ମଚାରୀ । ଏସମ୍ପର୍କରେ ସାଙ୍ଗେ ସାଙ୍ଗେ ଖବର ପାଇଁ ବୈପାରିଗୁଡା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନେ ସେହି ସ୍ଥାନକୁ ଯାଇ ତଦନ୍ତ ଚଲାଇଥିବାର ଜଣାପଡିଛି । 

© 2023 Odisha Taza News.