ବ୍ଲକ ଅଧ୍ୟକ୍ଷା ପୂର୍ଣବାସି ନାୟକ, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି,ZP ସଭ୍ୟ ପିତାମ୍ବର ନାୟକ ଓ ଗୌତମୀ ଜାନୀ,BDO ରାଜା ରଞ୍ଜିତ ପ୍ରତାପ ବଳ ଙ୍କ ସହ ସମସ୍ତ ବିଭାଗର ଜିଲ୍ଲା ଓ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ।
ଆଜିର କାର୍ଯ୍ୟକ୍ରମରେ ମୋଟ 60ଗୋଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ଅଭିଯୋଗ 33ଗୋଟି, ସାମୁହିକ ଅଭିଯୋଗ 27 ଗୋଟି, ରହିଥିବା ବେଳେ ସେଥି ମଧ୍ୟରୁ 20ଗୋଟି ଅଭିଯୋଗ କୁ ସେଥିରେ ତୁରନ୍ତ ସମାଧାନ କରଯାଇଛି। ରାୟଗଡ଼ ତହସିଲ ପକ୍ଷରୁ ସାନସଡା ଗ୍ରାମର ଲୋକଙ୍କୁ 21ଗୋଟି ଜଙ୍ଗଲ ଜମି ପଟ୍ଟା ଜିଲ୍ଲାପାଳ ଶ୍ରୀ ପଣ୍ଡା ବଣ୍ଟନ କରିଥିଲେ।
ଏହି ସମୟରେ ତହସିଲଦାର ଲୀଳାବତି ଆଚାର୍ଜୀ ସହଯୋଗ କରିଥିଲେ। ICDS,OLM, ମିଶନ ଶକ୍ତି, ଜଙ୍ଗଲ ବିଭାଗ, ଫିଶେରି ବିଭାଗ, ସାମାଜିକ ସୁରକ୍ଷା ଯୋଜନା,MGNRGA, ଗ୍ରାମାଞ୍ଚଳ ଗୃହ ନିର୍ମାଣ ବିଭାଗ, ସ୍ଵାସ୍ଥ୍ୟ ବିଭାଗ ଏମିତି 10ଗୋଟି ବିଭାଗର ଷ୍ଟଲ୍ କରାଯାଇ ଲୋକଙ୍କ ସକାଶେ ପ୍ରଦର୍ଶନ କାଯାଇଥିଲା।
ମେଡିକାଲ୍ କ୍ୟାମ୍ପରେ ବୟଜେଷ୍ଟି ବ୍ୟକ୍ତି ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇ ଥିଲା, ସାମାଜିକ ସୁରକ୍ଷା ଯୋଜନା ତରଫରୁ କମ୍ବଳ ବଣ୍ଟନ କରାଯାଇ ଥିଲା। ମଚ୍ଛ୍ୟ ବିଭାଗ ତରଫରୁ ମଚ୍ଛ୍ୟଜିବୀ ଉନ୍ନୟନ ଯୋଜନାରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ 3000/-,5000/- ଓ 7000/- ଲେଖାଏଁ 14ଜଣ ଙ୍କୁ ଚେକ୍ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ପଣ୍ଡା । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ଓ ସରପଞ୍ଚ ଓ ମାନେ ଉପସ୍ଥିତ ଥିଲେ। 


© 2023 Odisha Taza News.