ସାଧକଙ୍କ ଅହରତ ସାଧନା ହିଁ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି । ଆଦିବାସୀ ଅଧ୍ୟୁଷିତ ନୂଆଗଡ଼ ବ୍ଳକ ଗୋଲୀ ଗ୍ରାମର ଏକ ଗରିବ ପରିବାରରୁ ଆସିଥିଲେ ମଧ୍ୟ ପାଠପଢା ପ୍ରତି ଯତ୍ନବାନ ହୋଇ ସାଧକ ଭୁବନେଶ୍ୱରର କିଟ ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରିଥିଲେ । କଠିନ ପରିଶ୍ରମ ଫଳରେ ସେ ଆଜି ସମ୍ମାନଜନକ ଓଜେଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କର ଏହି ସଫଳତା ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଦେଇଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଜୀ ତିରୁପତି ରାଓ, ଆରଏସସିଏସ ସଭାପତି ଏସ ଗଜପତି ରାଓ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜେମ୍ସ ରାଇକ, ହାଇଟେକ ଗ୍ରୁପର କ୍ରୀଡ଼ା ନିର୍ଦ୍ଦେଶକ ଲଳିତ ମହାନ୍ତି, ଭାରତ ଭୂଷଣ ମହାନ୍ତି, ଦେବାଶିଷ ପାଢ଼ୀ, ଡି ଭି ଆର ରାଜୁ, ଧନେଶ୍ୱର ଭୂୟାଁ ପ୍ରମୁଖଙ୍କ ସହ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସାଧକଙ୍କ କୃତିତ୍ୱ ପାଇଁ ଅଭିନନ୍ଦନ ଜଣାଇଥିଲେ ।

© 2023 Odisha Taza News.