୨୨ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଦୁର୍ଗମ ଅଞ୍ଚଳ।ଏହି ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ମୋହନା, ଆର. ଉଦୟଗିରି, ନୂଆଗଡ଼ ଓ ରାୟଗଡ କୁ ନେଇ ଗଠିତ।ଗଜପତି ଜିଲ୍ଲାରେ ଦୁଇଟି ନିର୍ବାଚନ ମଣ୍ଡଳୀ ରହିଛି।ମୋହନା ଏବଂ ପାରଳାଖେମୁଣ୍ଡି।ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଜେଡି ନେତାଙ୍କୁ ବିଜେଡି ଦଳର ହାଇକମାଣ୍ଡ ଗୁରୁତ୍ୱ ଦେଇ ବିଭିନ୍ନ ରାଜନୈତିକ ଏବଂ ସରକାରୀ ପଦବୀ ଗୁଡିକରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିବା ସହ ବଡ଼ ବଡ଼ ପଦବୀରେ ଅବସ୍ଥାପିତ କରୁଥିବା ଦେଖିବାକୁ ମିଳୁଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀର କର୍ମୀ ନେତା ଏହି କାର୍ଯ୍ୟକୁ ସହ୍ୟ କରି ପାରୁନଥିବା ଶୁଣିବାକୁ ମିଳୁଛି।
ଏହା ସହ କର୍ମୀ ଏବଂ ନେତାଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଜିଲ୍ଲା ସ୍ତରୀୟ ରାଜନୈତିକ ପଦବୀ ନିମନ୍ତେ ମୋହନା ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ନିମନ୍ତେ ବିଜେଡି ସୁପ୍ରିମୋ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ବିଜେଡି ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଭିନ୍ନ ପଦବୀରେ ସ୍ଥାନୀୟ ନେତାଙ୍କୁ ଅବସ୍ଥାପିତ କରିବା ନିମନ୍ତେ ଅନୁରୋଧ କରିଛନ୍ତି।ଯଦି କର୍ମୀଙ୍କ ଅନୁରୋଧକୁ ଗୁରୁତ୍ୱ ନ ଦିଅନ୍ତି ତେବେ ଆଗାମୀ ଦିନରେ ଦଳରେ ଫାଟ ହେବା ସୁନିଶ୍ଚିତ ବୋଲି ଆଲୋଚନା ହେଉଛି।

© 2023 Odisha Taza News.