No Result
View All Result
୨୨ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଛ ବଞ୍ଚାଇଦେଲା ଦୁଇଦୁଇଟି ଜୀବନ l ଭଲ କରି ଦେଖନ୍ତୁ ଏହି ଦୃଶ୍ୟ କୁ l କେମିତି ଗଛ ରେ ଯୋଗୁଁ କାରଟି ଏକ ବଡ ଖାଲ ଭିତରକୁ ପଶିଯିବାରୁ ବର୍ତ୍ତୀ ଯାଇଛି l ଡ୍ରାଇଭର କୁ ତ କିଛି ହେଇନି କିନ୍ତୁ ଗାଡିରେ ବସି ଥିବା ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି l ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଭୀମଦଲୀ ଘାଟିରେ l ମଞ୍ଜୁ ଲତା ମହାରଣା ନିଜ ସ୍ୱାମୀ ପ୍ରଭାକର ମହାରଣାର ଚକିତ୍ସା କରାଇବା ପାଇଁ ରାୟଗଡା ରୁ ବ୍ରହ୍ମପୁର ଯାଉଥିବା ବେଳେ କୌଣସି କାରଣରୁ ଇଟିକା କାର ନଂ ହେଲା OD.02. E.7116 ଭାର ସ୍ୟlମ ହରାଇ ଦୁର୍ଘଟଣା ହୋଇଥିଲା l
ତେବେ ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ 108 ଅମୁଲେନ୍ସ କୁ ଫୋନ କରିବାରୁ ଆମ୍ବୁଲେନ୍ସ ପହଂଚି ଘଟଣା ସ୍ଥଳରୁ ମଞ୍ଜୁଲତା ଓ ତାଙ୍କ ସ୍ୱାମୀ ପ୍ରଭାକର କୁ ଉଦ୍ଧାରକରି ମୋହନା ମେଡିକାଲ କୁ ଚିକିତ୍ସ ପାଇଁ ଅଣାଯାଇ ଥିଲା l ମଞ୍ଜୁଲତା ଓ ପ୍ରଭାକର ସାମାନ୍ୟ ଆହତ ହୋଇଥିବା ଡାକ୍ତର ପୃଥିବୀରାଜ କହିଛନ୍ତି l

No Result
View All Result