ଖୁବଶୀଘ୍ର ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ବାଣପୁର ଗସ୍ତରେ ଯାଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ସକାଳ ୬ ଘଟିକା ୯ ମିନିଟ ସମୟରେ ମା’ଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚି ଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସପି ଶ୍ରୀଯୁକ୍ତ ସିଦ୍ଧାର୍ଥ କଟାରିଆ ସ୍ୱାଗତ ଜଣେଇବା ସହ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ମନ୍ଦିର ର ବିଭିନ୍ନ ଉନ୍ନତି କରଣ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ,
ମୁଖ୍ୟ ମନ୍ଦିର ପୁନରୁଦ୍ଧାର ଓ ପରିକ୍ରମା ମାର୍ଗ ନିର୍ମାଣ ।
ତେବେ ଉକ୍ତ ସମସ୍ତ ପ୍ରକଳ୍ପ ପାଇଁ ୫ଟି ସଚିବ ମନ୍ଦିର ପ୍ରଶାସନ, ବାଣପୁର ଜନସାଧାରଣ ଏବଂ ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ପ୍ଲାନ ଏଷ୍ଟିମେଟ କରି ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଣପୁର ଏନଏସି ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀ ନାଥ ମହାରଣା, ଜିଲ୍ଲା ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ,
ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ, ତହସିଲଦାର, କୁଞ୍ଜବିହାରୀ ବଡ଼ ଜେନା, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅବିନାଶ ମହାନ୍ତି, ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦି ଉପସ୍ଥିତ ଥିଲେ
୫ଟି ସଚିବ ଙ୍କ ଗସ୍ତ ପାଇଁ ବାଲୁଗାଁ ଏସଡିପିଓ ଶ୍ରୀଯୁକ୍ତ ମାନସ ରଞ୍ଜନ ବାରିକ ଙ୍କ ନେତୃତ୍ୱରେ ବାଣପୁର ଆଇଆଇସି ଜୟ ପ୍ରକାଶ ପରିଡା , ଟାଙ୍ଗି ଆଇ଼ଆଇ଼ସି ଦିଗବିଜୟ ବିଶ୍ୱାଳ, ସମଗ୍ର ବାଣପୁର ସହରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭଗବତୀ ମନ୍ଦିର ଗସ୍ତ ସାରିବାପରେ ୫ଟି ସଚିବ ଭି କେ ପାଣ୍ଡିଆନ ଭୁଷଣ୍ଡପୁର ମା’ ଉଗ୍ରତାରା ମନ୍ଦିର ପରିଦର୍ଶନକୁ ଯାଇଛନ୍ତି ।


© 2023 Odisha Taza News.