ଓଡ଼ିଶାରେ ସମୁଦାୟ ଶାଖା ସଂଖ୍ୟା ୩୫ରେ ପହଂଚିଛି
ନିଜର ପ୍ରଥମ ବାର୍ଷିକୀ ଉତ୍ସବର ଏକ ଅଂଶ ଭାବରେ ଆଇସିଏଲ ଫିନକର୍ପ ନିଜର ଗ୍ରାହକମାନଙ୍କ ପାଇଁ ଏକ ବାର୍ଷିକୀ ଧମାଲ ଲକି ଡ୍ର ଉପସ୍ଥାପନା କରିଛି । ଯେଉଁଥିରେ ଓଡ଼ିଶାର ଏହି ୩୫ଟି ଶାଖାରୁ ସୁନା ଋଣ ନେଉଥିବା ଗ୍ରାହକମାନେ ୧୦ଟି ସୁନା ମୁଦ୍ରା ଜିତିବାର ସୁଯୋଗ ପାଇପାରିବେ । ଅନ୍ୟ ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନରୁ ସୁନା ଋଣ ସ୍ଥାନାନ୍ତର କରିଥିବା ଗ୍ରାହକମାନେ ମଧ୍ୟ ଏହି ଅଫର ଉପଭୋଗ କରିପାରିବେ । ଆସନ୍ତା ଜାନୁଆରୀ ୧ ତାରିଖରେ ଏହି ଡ୍ରର ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ । ଗତ ୩୧ ବର୍ଷ ମଧ୍ୟରେ ଆଇସିଏଲ କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଓଡ଼ିଶାରେ ଥିବା ୩୦୦ରୁ ଅଧିକ ଶାଖା ସହିତ ଭାରତରେ ଏକ ପ୍ରମୁ୍ଖ ଆର୍ଥିକ ସଂଗଠନ ହୋଇପାରିଛି ।
ଆଇସିଏଲ ଫିନକର୍ପ କ୍ରମାଗତ ଭାବରେ ଲୋକଙ୍କୁ ସୁନାଋଣ, ଭଡ଼ା କ୍ରୟ ଋଣ, ଯାନବାହନ ଋଣ, ନିବେଶ ବିକଳ୍ପ, ଟଙ୍କା ସ୍ଥାନାନ୍ତର, ବୈଦେଶିକ ନିବେଶ, ବ୍ୟବସାୟ ଋଣ, ଗୃହ ବୀମା, ସ୍ୱାସ୍ଥ୍ୟ ବୀମା, ଯାନବାହନ ବୀମା ସହିତ ସର୍ବୋତମ ସେବା ପ୍ରଦାନ କରୁଛି । ଆଇସିଏଲ ଗ୍ରୁପ ଅଫ କମ୍ପାନୀଗୁଡ଼ିକରେ ପର୍ୟ୍ୟଟନ ଏବଂ ଭ୍ରମଣ, ଫ୍ୟାଶନ, ସ୍ୱାସ୍ଥ୍ୟ ନିଦାନ ଏବଂ ଚାରିଟେବୁଲ ଟ୍ରଷ୍ଟ ସହିତ ଅନେକ ସଫଳ ଉଦ୍ୟମ ମଧ୍ୟ ରହିଛି । ଏହାର ସିଏମଡି ଶ୍ରୀ କେ.ଜି ଅନିଲକୁମାରଙ୍କ ଦୂରଦୃଷ୍ଟିସମ୍ପର୍ଣ୍ଣ ନେତୃତ୍ୱ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ଥାପତି ମାନଦଣ୍ଡର ଅନୁପାଳନ କରି ଆଇସିଏଲ ଫିନକର୍ପ ଓଡ଼ିଶାର ଗ୍ରାହକମାନଙ୍କୁ ସର୍ବୋତମ ସୁଧହାର ଏବଂ ବାଧାମୁକ୍ତ ତଥା ଦ୍ରୁତ ଋଣ ପ୍ରକ୍ରିୟାକରଣ ଯୋଗାଇଦେଇ ସେମାନଙ୍କ ବିଶ୍ୱାସ ହାସଲ କରିପାରିଛି । ଓଡ଼ିଶାରେ ଏହି ନୂତନ ଶାଖା ସହିତ ଆଇସିଏଲ ଓଡ଼ିଶାବାସୀଙ୍କୁ ଉନ୍ନତ ସେବା ପ୍ରଦାନ କରିବା ଏବଂ ସାରା ଭାରତରେ ଏକ ମହାନ ଉପସ୍ଥିତି ସୃଷ୍ଟି କରିବା ପାଇଁ ଆଶାବାଦୀ ରହିଛି

© 2023 Odisha Taza News.