• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହବିଷ୍ୟାଳୀ ମା ମାନଙ୍କୁ ଭାବପୂର୍ଣ୍ଣ ବିଦାୟ

Proprietor Abhimanyu Maharana by Proprietor Abhimanyu Maharana
November 8, 2022
in ଓଡ଼ିଶା, ପୁରୀ, ହୋମ୍
0
ହବିଷ୍ୟାଳୀ ମା ମାନଙ୍କୁ ଭାବପୂର୍ଣ୍ଣ ବିଦାୟ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୦୮ ନଭେମ୍ବର ମଙ୍ଗଳବାର ) ପୁରୀ :- ଗୋଟିଏ ମାସ କାର୍ତ୍ତିକ ବ୍ରତର ହବିଷ ସାରିବା ପରେ ଆଜି ନିଜ ନିଜ ଘରକୁ ଫେରିଛନ୍ତି ମା ମାନେ। ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଓ ଏସପି ଡ଼ଃ କନୱର ବିଶାଲ ସିଂ ବୃନ୍ଦାବତୀ ନିବାସରେ ପହଞ୍ଚି ଏକ ଭାବପୂର୍ଣ୍ଣ ପରିବେଶ ମଧ୍ୟ ରେ ମା ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ମାସ ସାରା ନିଜ ପରିବାର ଛାଡି ମା ମାନେ ଏହି ନିବାସ ମାନଙ୍କ ରେ ରହିଥିଲେ। ସେମାନଙ୍କ ସେବା ଓ ସ୍ୱଛନ୍ଦ ପାଇଁ ସରକାର ଓ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲେ। ମା ମାନେ ମଧ ନିଜ ମହାନ ଗୁଣରେ ଏଇ ମାସ ସାରା ସହଯୋଗ କରିଛନ୍ତି। ଏହି ମାସର ଅଭିଜ୍ଞତା ଆଗାମୀ ଦିନ ରେ ପ୍ରଶାସନ କୁ ଅଧିକ ଋଦ୍ଧିମନ୍ତ ଓ କ୍ରିୟାଶୀଳ କରିବ ବୋଲି କହିବା ସହ ପ୍ରତ୍ୟେକ ମା ମାନଙ୍କୁ ଜିଲ୍ଲାପାଳ ମହାପ୍ରଭୁଙ୍କ ଶୁଖିଲା ଭୋଗ ଓ ଫଳ ପ୍ରଦାନ କରିଥିଲେ। ମା ମାନେ ନିଜ ଅଭିଜ୍ଞତା ବର୍ଣ୍ଣନା କରି ବିଗତ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷ ର ରାଇଦାମୋଦର ବା ହବିଷ ଅତ୍ୟନ୍ତ ସୁଖଦ ଓ ଶୃଙ୍ଖଳିତ ଥିଲା ବୋଲି କହିଥିଲେ। ସରକାର ଓ ପ୍ରଶାସନ ଖୁବ ଭଲ ଭାବରେ ଆମ ଦାୟିତ୍ୱ ନେବା ସହ ବୃନ୍ଦାବତୀ ପୂଜା, ସ୍ୱଛାସେବୀ ମାନଙ୍କ ସହଯୋଗ ଓ ସେବା,ମନ୍ଦିର ଓ ଠାକୁର ଦର୍ଶନ, ମହାପ୍ରସାଦ ସେବନ, ଭଜନ ପ୍ରବଚନ ଶ୍ରବଣ ଇତ୍ୟାଦି ଖୁବ ଭଲ ଥିଲା।ମାସେ କେମିତି କଟିଗଲା ଜଣା ପଡ଼ିଲା ନାହିଁ। ଘରୁ ଆସିଥିଲା ବେଳେ କେମିତି କଣ ହେବ ବୋଲି ଆଶଙ୍କା ରେ ଥିଲୁ।ଏବେ ଏଠା ଛାଡି ଗଲା ବେଳେ ମାସକର ସ୍ନେହ ମମତା କୁ ଭାବି ଦୁଖ ଲାଗୁଛି। ଇଶ୍ଵର ଙ୍କ ଆଶୀର୍ବାଦ ଥିଲେ ପୁଣି ଆର ବର୍ଷ କୁ ଆସିବୁ ବୋଲି କୋହ ଭରା କଣ୍ଠରେ କହୁଥିଲେ ମା ମାନେ। ଏପରିକି ମାସେ ରହଣି ଭିତରେ ପରସ୍ପର ମଧ୍ୟରେ ଗଢି ଉଠିଥିବା ସମ୍ପର୍କ ଦୃଷ୍ଟି ରୁ ଆଜି ନିଜ ନିଜ ଘରକୁ ଫେରିବା ବେଳେ ମା ମାନେ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା।ସମସ୍ତ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ମଧ୍ୟ ଅନୁରୂପ ଭାବେ ଭୋଗ ଓ ଫଳ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଏସ ପି ଶ୍ରୀ ମିହିର ପ୍ରସାଦ ପଣ୍ଡା,ପୁରୀ ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଜିତ କୁମାର ମହାପାତ୍ର, ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର ପାତ୍ର,ଶ୍ରୀ ରଞନ ବେହେରା, ଶ୍ରୀ ରାକେଶ କୁମାର ପଣ୍ଡା,ଶ୍ରୀ ଆଶୁତୋଷ ଦେ,ପୁରୀ ତହସିଲଦାର ଶ୍ରୀ କ୍ଷିରୋଦ ବେହେରା,ପୁରୀ ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ବେହେରା, ସହକାରୀ ଜିଲ୍ଲାପାଳ ରାଜ ବଲ୍ଲଭ ନାୟକ, ଆରଟିଓ ଶ୍ରୀ ରବିନ ପଟ୍ଟନାୟକ ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Bhubaneswar Runs for a Greener Tomorrow at SBI Green Marathon Season 6 – Where Fitness Meets Sustainability

ସୁସ୍ଥ ଭବିଷ୍ୟତ ପାଇଁ ଭୁବନେଶ୍ୱରରେ ‘ଏସ୍‌ବିଆଇ ଗ୍ରୀନ୍ ମାରାଥନ୍ ସିଜନ୍–୬’

March 15, 2026

ପରିବାରର ମହାନ ଉଦାରତା : ଉତ୍କଳ ହସ୍ପିଟାଲରେ ଜୀବନ ରକ୍ଷା ପାଇଁ ଶ୍ରୀମତୀ ଉର୍ମିଳା ହରିଚନ୍ଦନଙ୍କ ଯକୃତ ଦାନ

ପରିବାରର ମହାନ ଉଦାରତା : ଉତ୍କଳ ହସ୍ପିଟାଲରେ ଜୀବନ ରକ୍ଷା ପାଇଁ ଶ୍ରୀମତୀ ଉର୍ମିଳା ହରିଚନ୍ଦନଙ୍କ ଯକୃତ ଦାନ

March 15, 2026
କ୍ଷମା ମାଗନ୍ତୁ କୁଳପତି : ଓଡିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଂକ ଦାବି

କ୍ଷମା ମାଗନ୍ତୁ କୁଳପତି : ଓଡିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଂକ ଦାବି

March 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Bhubaneswar Runs for a Greener Tomorrow at SBI Green Marathon Season 6 – Where Fitness Meets Sustainability

ସୁସ୍ଥ ଭବିଷ୍ୟତ ପାଇଁ ଭୁବନେଶ୍ୱରରେ ‘ଏସ୍‌ବିଆଇ ଗ୍ରୀନ୍ ମାରାଥନ୍ ସିଜନ୍–୬’

March 15, 2026
Bhubaneswar Runs for a Greener Tomorrow at SBI Green Marathon Season 6 – Where Fitness Meets Sustainability

Bhubaneswar Runs for a Greener Tomorrow at SBI Green Marathon Season 6 – Where Fitness Meets Sustainability

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version