No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର,ସୋମବାର ) ପାରଳାଖେମୁଣ୍ଡି :-ଆଜି ପାରଳାଖେମୁଣ୍ଡି ବାର କାଉନସିଲର ଅଧକ୍ଷ ରାମନାଥ ମିଶ୍ରଙ୍କ ତେଲୁଗୁ ଶୁଣ୍ଡି ସାହି ସ୍ଥିତ ତାଙ୍କ ବାସଭବନରେ ବିୟୋଗ ହୋଇଯାଇଛି lମୃତ୍ୟୁବେଳକୁ ତାଙ୍କୁ ୭୯ବର୍ଷ ହୋଇଥିଲା l ସେ କିଛି ଦିନ ହେଲା ରୋଗଗ୍ରସ୍ତ ହୋଇ ଚିକିତ୍ସିତ ଥିଲେ ଏବେ ୧୫ଦିନ ହେବ ସେ ଶଯ୍ୟାଶାୟୀ ଥିଲେ l ପାରଳାଖେମୁଣ୍ଡି ବାର କାଉନସିଲର ଲଗାତାର ଭାବେ ଦୀର୍ଘ ୨୫ବର୍ଷ ହେଲା ଅଧକ୍ଷ ଥିଲେ l ଶ୍ରୀ ମିଶ୍ରଙ୍କ ମୃତ୍ୟୁରେ ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି l ତାଙ୍କ ମୃତ୍ୟୁରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ହାଇଟେକ୍ ଗ୍ରୁପର ଅଧକ୍ଷଡ.ତିରୁପତି ପାଣିଗ୍ରାହୀ, ରାଜ୍ୟ ବିଜେଡି ସମ୍ପାଦକ ମୁରୁତ ପାଳ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ମହିଳା ବିଜୁ ଜନତା ଦଳର ଉପ ସଭାପତି ସଂଯୁକ୍ତା ବେହେରା ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ଲକ୍ଷ୍ମୀକାନ୍ତ ପରିଛା, ଜମିଦାର ପଟ୍ଟନାୟକ, ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା,
ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମିରଞ୍ଜନ ମିଶ୍ର, ଶିଶିରଗୌଡ଼, କୃଷ୍ଣ କୁମାର ବେହେରା , ବିବେକାନନ୍ଦ ବେହେରା , ଶିବାଜୀ ପଟ୍ଟନାୟକ, ତନୁଜା ଶତପଥୀ ସମେତ ଆଇନଜିବୀ ଡୁଲୁ ମିଶ୍ର, ବାର କାଉନସିଲ ସମ୍ପାଦକ କୃଷ୍ଣ ପଟ୍ଟନାୟକ, ବିଭୂତି ପତ୍ର, ଭିଏସଏନ ରାଜୁ, ଅରୁଣ ପରିଡ଼ା, ପ୍ରବୀଣ ପଟ୍ଟନାୟକ, ଜେନା ସୁବାସ ଚନ୍ଦ୍ର ରାଓ, ସନାତନ ସାହୁ, ସ୍ୱରୂପ ପାଳ, ରାଜେନ୍ଦ୍ର ପଣ୍ଡା, କାଶୀନାଥ ଦାସ, ହରିକୃଷ୍ଣ ପାତ୍ର ଶ୍ରୀ ଅଧିକାରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସଂତୋପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି l ସ୍ବର୍ଗତ ମିଶ୍ର ଜଣେ ପେଶାରେ ଆଇନଜିବୀ ସହ ବିଭିନ୍ନ ଅନୁଷ୍ଠାନ ସହ ପ୍ରତେକ୍ଷ ଭାବେ ଜଡ଼ିତ ଥିଲେ l

No Result
View All Result