• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅକ୍ଟୋବର ୩୧ ରେ ଇନ୍ଦିରା ପାର୍କ ଠାରୁ “ଭାରତ ଯୋଡ଼ ଯାତ୍ରା ଓଡ଼ିଶା”ର ଶୁଭାରମ୍ଭ ନିରନ୍ତର ବିକାଶ ଓ ପରିବର୍ତନ ପାଇଁ ପଦଯାତ୍ରା – ପ୍ରଦେଶ କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
October 29, 2022
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ଅକ୍ଟୋବର ୩୧ ରେ ଇନ୍ଦିରା ପାର୍କ ଠାରୁ “ଭାରତ ଯୋଡ଼ ଯାତ୍ରା ଓଡ଼ିଶା”ର ଶୁଭାରମ୍ଭ ନିରନ୍ତର ବିକାଶ ଓ ପରିବର୍ତନ ପାଇଁ ପଦଯାତ୍ରା – ପ୍ରଦେଶ କଂଗ୍ରେସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର :- ଆମର ପ୍ରିୟ ନେତା ସମ୍ମାନନୀୟ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଅନୁକରଣରେ ଓଡ଼ିଶାରେ ସମ୍ମାନନୀୟ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା” କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଧାୟକ ତଥା ଅଧ୍ୟକ୍ଷ, “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା” କାର୍ଯ୍ୟାନ୍ୱୟନ କମିଟି ସୂଚନା ଦେଇଛନ୍ତି । ଏହି ଭାରତ ଯୋଡ଼ ଯାତ୍ରା ଓଡ଼ିଶାରେ ୨୭ ଟି ଜିଲ୍ଲା, ୧୯ ସଂସଦୀୟ କ୍ଷେତ୍ର, ୨୨୫୦ କି.ମି. ରାସ୍ତାକୁ ପ୍ରାୟ ୧୦୦ ଦିନରେ ଅତିକ୍ରମ କରିବ ।

ଏହି ଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା, ସାଂସଦ ଓ ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ, ଛାମୁଆ ସଂଗଠନ, ଜିଲ୍ଲା କଂଗ୍ରେସ ସଭାପତି, ବୁଦ୍ଧିଜୀବୀ, କୃଷକ, ଶ୍ରମିକ, ବେକାର ଯୁବକ ଯୁବତୀ, ମହିଳା, ଛାତ୍ର ଛାତ୍ରୀ, ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରିବେ । ଓଡ଼ିଶାରେ ସାମାଜିକ ଅର୍ଥନୈତିକ ଓ ରାଜନୈତିକ ସ୍ଥିତିର ବୈପ୍ଳବିକ ପରିବର୍ତନ ପାଇଁ ଏହି “ଭାରତ ଯୋଡ଼ ଯାତ୍ରା – ଓଡ଼ିଶା” ଉଦ୍ଦିଷ୍ଟ । ଅକ୍ଟୋବର ୩୧ ତାରିଖ ଭୁବନେଶ୍ୱର ସ୍ଥିତ ଇନ୍ଦିରା ପାର୍କ ଠାରୁ ପ୍ରଭାତରୁ ଏହି ଯାତ୍ରା ଆରମ୍ଭ ହେବ । ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଛାଦିନର ପ୍ରତାରଣାରେ ଆଜି ଦେଶର ତଥା ଓଡ଼ିଶାର ଜନସାଧାରଣ ଅତିଷ୍ଠ ।

ଜାତି, ଧର୍ମ, ବର୍ଣ୍ଣ, ଭାଷା, ଖାଦ୍ୟ, ପୋଷାକ ଓ ଆଂଚଳିକ ବାଦକୁ ନେଇ କେବଳ ରାଜନୈତିକ ଫାଇଦା ପାଇଁ ମୋଦି, ବିଜେପି ଏବଂ ଆରଏସଏସ ଦେଶରେ ଘୃଣା,ହିଂସା ଏବଂ ବିଦ୍ୱେଷର ମଞ୍ଜି ବୁଣୁଛନ୍ତି । ଭାରତୀୟ ମାନଙ୍କର ଏକତା, ଭାତୃଭାବ, ସଂହତିକୁ କୌଶଳକ୍ରମେ ନଷ୍ଟ କରାଯାଉଛି । ଭାରତର ଗଣତନ୍ତ୍ର ଓ ସମ୍ବିଧାନ ତଥା ସାମ୍ବିଧାନିକ ଅନୁଷ୍ଠାନକୁ ବିପଦଗ୍ରସ୍ତ କରାଯାଉଛି । ମୋଦି ଓ ଆରଏସଏସର ଚାପରେ ସମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଦୁର୍ବଳ ହୋଇପଡ଼ିଛି । ଆଉ ନିରପେକ୍ଷ ହୋଇନାହିଁ । ଭାରତୀୟ ଗଣତନ୍ତ୍ରର ଗରିମା ନଷ୍ଟ ହୋଇ ପଡ଼ୁଛି । ଦିନକୁ ଦିନ ଗଣତନ୍ତ୍ର ବଦଳରେ ମୋଦି ତନ୍ତ୍ର ବଳବତର ହେଉଛି ।ବିକାଶ ନାମରେ ଆହ୍ୱାନ ଦେଉଥିବା ମୋଦି ଆଠ ବର୍ଷ ଭିତରେ ଭାରତବର୍ଷର ବିନାଶ କରିଛନ୍ତି । ଜନସାଧରଣଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ରକ୍ଷା କରିବାରେ ଅସମର୍ଥ ହୋଇଛନ୍ତି । ଯୁବକମାନେ ଆଜି ଦିଶାହୀନ । ଦୁଇକୋଟି ନିଯୁକ୍ତିର ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି । ୮ ବର୍ଷରେ ୧୬ କୋଟି ଲୋକ ନିଯୁକ୍ତି ପାଇବା କଥା । ମାତ୍ର ଭାରତ ସରକାରଙ୍କର ସମୁଦାୟ ମଞ୍ଜୁରିପ୍ରାପ୍ତ ୪୦,୩୫,୨୦୩ ପଦବୀରୁ ୯.୭୯ ଲକ୍ଷ ପଦବୀ ଖାଲି ପଡ଼ିଛି । କୋଟି କୋଟି ଲୋକ ବେକାରୀ ବୋଝରେ ହନ୍ତସନ୍ତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନିଦକ ବସିଛନ୍ତି । ମୋଦିଙ୍କ “ପକୋଡ଼ା ନିଯୁକ୍ତି” ବୟାନ ଦେଶର ବେକାର ଯୁବକ ଯୁବତୀ ମାନଙ୍କପାଇଁ ଉପହାସ ।

ମହଙ୍ଗା ମାଡ ଓ ଦାରିଦ୍ର‌୍ୟ ପରିସ୍ଥିତି ଅଣାୟତ ହୋଇପଡ଼ିଛି । ଅତି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଉପରେ ଜିଏସଟି ଲାଗୁ ହେବା ଫଳରେ ସାଧାରଣ ଲୋକଙ୍କର ଜୀବନଯାପନ ଦୁଃର୍ବିସହ ହୋଇପଡ଼ିଛି । ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦର ଆକାଶ ଛୁଆଁ । ବିଶ୍ୱ ଖାଦ୍ୟ ସୂଚାଙ୍କର ତଥ୍ୟ ଅନୁସାରେ ଭାରତ ଏକ ଭୋକିଲା ଦେଶ (୧୨୧ ରୁ ୧୦୭ ସ୍ଥାନ) ର ଅପବାଦ ମୁଣ୍ଡାଇଛି । ପ୍ରତି କଥାରେ କଂଗ୍ରେସ ଓ ନେହେରୁଙ୍କ ଦୋଷାରୋପ କରୁଥିବା ମୋଦି କଂଗ୍ରେସ, ନେହେରୁ, ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ନରସିଂହ ରାଓ ଓ ମନମୋହନ ସିଂ ଦେଶପାଇଁ ଯେଉଁ ସଂପତି ସୃଷ୍ଟି କରିଥିଲେ ତାହାକୁ ତାଙ୍କର ବନ୍ଧୁ ପୁଞ୍ଜିପତିଙ୍କ ହାତରେ ଟେକି ଦେଇଛନ୍ତି ।

ଏୟାରଇଣ୍ଡିଆ, ବନ୍ଦର, ଖଣି, ରେଳବାଇ, ବ୍ୟାଙ୍କ, କେନ୍ଦ୍ର ସରକାରଙ୍କର ଶିଳ୍ପ, ଏଲଆଇସି ପ୍ରଭୃତି କେନ୍ଦ୍ର ସରକାରଙ୍କ ସଂସ୍ଥା ଗୁଡ଼ିକୁ ଏବେ ମୋଦିଙ୍କର ପ୍ରିୟ ପୁଞ୍ଜିପତି ମାନଙ୍କ ହାତକୁ ଚାଲିଯାଉଛି । ଭାରତ ଏବେ ଋଣଗ୍ରସ୍ତ ହୋଇପଡ଼ିଛି । କଳା କୃଷି ଆଇନ କରି ଦେଶର କୃଷି ଓ କୃଷକଙ୍କର ସର୍ବନାଶ କରିବାପାଇଁ ବସିଥିଲେ । ଲକ୍ଷୀମପୁର ଖେରୀରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁତ୍ର ଆନ୍ଦୋଳନରତ ୮ଜଣ ଚାଷୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟାକଲେ । ଦିଲ୍ଲୀରେ ମୋଦିଙ୍କ ନିଷ୍ଠୁରତା ପାଇଁ ଆନ୍ଦୋଳନ ରତ ୭୦୦ ଜଣ ଚାଷୀ ମୃତ୍ୟୁବରଣ କଲେ । ବିମୁଦ୍ରୀକରଣ, ରାଫେଲ ଡିଲ, କରୋନା ମୁକାବିଲାରେ ବିଫଳତା, ଟଙ୍କାର ମୂଲ୍ୟ ହ୍ରାସ, ପ୍ରତି ଲୋକଙ୍କ ଜମାଖାତାରେ ୧୫ଲକ୍ଷ ଟଙ୍କା ଜମା ଓ ପେଗାସସର ଅନୈତିକ ବ୍ୟବହାର ପ୍ରସଙ୍ଗରେ ମୋଦିଙ୍କର ଅସଲମୂଖା ଖୋଲିଯାଇଛି ।ଏଭଳି ପରିସ୍ଥିତିର ପରିବର୍ତନ ପାଇଁ ଆଜି ମାନ୍ୟବର ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାରେ ଆଗେଇ ଚାଲିଛନ୍ତି । ଏହି ଯାତ୍ରାରେ ଲକ୍ଷ ଲକ୍ଷ ସାଧାରଣ ଜନତା ଯୋଗ ଦେଉଛନ୍ତି । ଓଡ଼ିଶାରେ ୨୨ ବର୍ଷ ଧରି ଏକ ନିକମା, ଦୁର୍ନୀତିଖୋର ଏବଂ ଭ୍ରଷ୍ଟାଚାରୀ ସରକାର ଚାଲିଛି । ବିଜେଡ଼ି ଓ ବିଜେପି ଏକତ୍ର ୯ବର୍ଷ ଶାସନ କରିଥିଲେ ମାତ୍ର ପରବର୍ତୀ ପର୍ଯ୍ୟାୟରେ ଅଲଗା ହେଲେବି ସମସ୍ତ ନୀତି ନିଷ୍ପତିରେ ଏକାଠି କାର୍ଯ୍ୟ କରୁଛି । ନବୀନ ଶାସନରେ ଓଡ଼ିଶା ଆଜି ରସାତଳଗାମୀ । ବର୍ଷକୁ ୨ଲକ୍ଷ ଚାକିରୀର ପ୍ରତିଶୃତି ଦେଇଥିବା ନବୀନ ସରକାର ୨୨ ବର୍ଷରେ ୪୨ଲକ୍ଷ ଚାକିରୀ ଦେବାକଥା, ମାତ୍ର ଆଜି ତାହା ପ୍ରତାରଣାପୂର୍ଣ୍ଣ ହୋଇଛି ।

ଓଡ଼ିଶାର ବିଭିନ୍ନ ଜିଲ୍ଲାର ୮ଲକ୍ଷ ୮୦ ହଜାର ଏମ୍ପେ୍ଲାଇମେଂଟ ଏକ୍ସଚେଞ୍ଜରେ ନାମ ପଞ୍ଜିକରଣ କରି ବେକାର ହୋଇ ବସିଛନ୍ତି । ଓଡ଼ିଶା ସରକାରଙ୍କର ସମୁଦାୟ ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି । ନିଯୁକ୍ତି ନପାଇ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାର ଯୁବକମାନଙ୍କର ଭବିଷ୍ୟତ ଓ ସ୍ୱପ୍ନ ଆନ୍ଧ୍ରର ଇଟାଭାଟି ଓ ସୁରଟ ସୂତାକଳରେ ହଜିଯାଉଛି । ବିଜୁ ଯୁବ ବାହିନୀ ନାମରେ ରାଜକୋଷ ଲୁଟ ହୋଇଛି । ଷ୍ଟାଫସିଲେକସନ କମିଶନ ମାଧ୍ୟମରେ ଚାକିରି ବିକ୍ରି ହେଉଛି । ଓଡ଼ିଶା ଋଣଗ୍ରସ୍ତ । ୨୦୦୦ ମସିହାରେ ଓଡ଼ିଶାର ଋଣଭାର ୧୮ ହଜାର କୋଟି ଥିବା ବେଳେ ଏବେ ତାହା ୧ଲକ୍ଷ ୧୨ ହଜାର କୋଟି ହୋଇଛି । ମୁଣ୍ଡପିଛା ଋଣ ଭାର ଏବେ ୨୨ ହଜାର ଟଙ୍କା ।

ଓଡ଼ିଶାର ସାଧାରଣ ବଂଟନ ବ୍ୟବସ୍ଥାର ଚାଉଳ ଓ ଗହମ ପଶୁଖାଦ୍ୟ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି । ଓଡ଼ିଶା ବିଷାକ୍ତ ଔଷଧ ବିକ୍ରିର ପେଣ୍ଠସ୍ଥଳ ପାଲଟିଛି । ଦାରିଦ୍ର‌୍ୟ ଓ ବେକାରୀ ଆଜି ଉତ୍କଟ । ୨୨ ବର୍ଷରେ ୮ ହଜାର ଚାଷୀ ଆତ୍ମହତ୍ୟା କଲେଣି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଏବଂ କଂଗ୍ରେସ ଶାସିତ ରାଜସ୍ଥାନରେ ଧାନ କ୍ୟୁଂଟାଲ ପିଛା ୨୫ ଶହ ଟଙ୍କା ଦିଆଯାଉଥିଲା ବେଳେ ଓଡ଼ିଶାରେ କୃଷକ ତାର ଉପଯୁକ୍ତ ପ୍ରାପ୍ୟ ପାଉନାହିଁ । ସରକାର – ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର କୃଷକମାନେ ଧାନର ଅଭାବୀ ବିକ୍ରିରେ ଶିକାର ହେଉଛନ୍ତି । ଓଡ଼ିଶାରେ ମହିଳା ଅସୁରକ୍ଷିତ । ଇତିଶ୍ରୀ, ବେବିନା, ମାଧବୀଲତା, କୁନ୍ଦୁଲୀ ଛାତ୍ରୀ, ସ୍ମିତାରାଣୀ, ପରୀ, ମମିତା ପ୍ରଭୃତିଙ୍କ ପରିବାର ନ୍ୟାୟ ପାଇପାରିଲେ ନାହିଁ । କେନ୍ଦ୍ର ସରକାରଙ୍କର ଏନସିଆରବିର ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୨୧ ମସିହାରେ ୩୩୦୦ ମହିଳା ଦୁଷ୍କର୍ମ ଘଟଣା ଘଟିଛି ।

ପ୍ରତିଦିନ ୯ଜଣ ମହିଳା ଏବଂ ୬ଜଣ ଅପ୍ରାପ୍ତ ବୟସ୍କା ବାଳିକାମାନେ ଦୁଷ୍କର୍ମରେ ଶିକାର ହେଉଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀଙ୍କ ମା’କୁ ସମ୍ମାନ ଆହ୍ୱାନ ମୂଲ୍ୟହୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସାଧାରଣ ଏବଂ ନଗଣ୍ୟ ସଂସ୍ଥା ଠାରୁ ଜୀବନବ୍ୟାପି ସାଧନା ପୁରସ୍କାର ପାଇ ଖୁସି । ରାଜ୍ୟର ଏ ପରିସ୍ଥିତିର ପରିବର୍ତନ ପାଇଁ କଂଗ୍ରେସ ସଂକଳ୍ପବଦ୍ଧ । ଏଣୁ ଆସନ୍ତୁ ସ୍ୱାଭିମାନୀ, ସୁରକ୍ଷିତ, ଦୁର୍ନୀତିମୁକ୍ତ ଓ ସ୍ୱାବଲମ୍ବୀ ଓଡ଼ିଶା ଗଠନ ପାଇଁ ଅଭିପ୍ରେତ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା”ରେ ସାମିଲ ହେବା । ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ଭାରତ ଯୋଡ଼ ଯାତ୍ରା-ଓଡ଼ିଶା କାର୍ଯ୍ୟାନ୍ୱୟନ କମିଟିର ସଦସ୍ୟ ମାନସ ଚୌଧୁରୀ, ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ସଂଜୟ ତ୍ରିପାଠୀ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version