No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ସ୍ଥିତ ପିସ ଅନୁଷ୍ଠାନ ଓ ଆଞ୍ଚଳିକ ନିର୍ମାଣଧିନ ଶ୍ରମିକ ସଂଘ ପକ୍ଷରୁ ମୋହନା ସହରରୁ ଡ଼େଙ୍ଗୁ ନିରାକରଣ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ବିଜୁ କଲ୍ୟାଣ ମଣ୍ଡପଠାରୁ ବାହାରିଥିଲା। ଅନୁଷ୍ଠାନର କର୍ମକର୍ତ୍ତା ଓ ଶ୍ରମିକ ସଂଘର କର୍ମକର୍ତ୍ତାମାନେ ଡ଼େଙ୍ଗୁର ମୂଳତ୍ପାଟନ ପାଇଁ ନିରାକରଣ ସମ୍ବନ୍ଧୀୟ ଶ୍ଳୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ । ଏହାପରେ ସମସ୍ତେ ସ୍ଥାନୀୟ ନିଳକଣ୍ଠେଶ୍ଵର ଶିବ ମନ୍ଦିର ପରିସରରେ ଏକତ୍ରିତ ହୋଇ ଏକ କର୍ମଶାଳାର ଆୟୋଜନ କରିଥିଲେ। ଡେଙ୍ଗୁ ନିରାକରଣ ପାଇଁ ସମସ୍ତେ ସଜାଗ , ସହଯୋଗ, ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା,
ପଲିଥିନ ବ୍ୟବହାର ନକରିବା, ଅଳିଆ ଆବର୍ଜ୍ଜନା ଏଣେ ତେଣେ ନପକାଇ ଡ଼ଷ୍ଟବିନରେ ପକାଇବା, ଲୋକଙ୍କୁ ସଚେତନ କରାଇବା ଉପରେ ସମସ୍ତେ ଶପଥ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ବ୍ରହ୍ମପୁର ଶାଖାର ଆଞ୍ଚଳିକ ନିର୍ଦ୍ଦେଶକ ସରୋଜ କୁମାର ବେହେରା, ଗୋଷ୍ଠି ଉନ୍ନଯନ ଅଧିକାରିଣୀ ତପସ୍ଵିନୀ ହାଁସଦା, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡ. ନମିତା ପଣ୍ଡା,ପିସ ଅନୁଷ୍ଠାନର ନିର୍ଦ୍ଦେଶକ ଭିକାରୀ ଚରଣ ବେହେରା, ଶିକ୍ଷାବିତ ମଧୁସୂଦନ ପାଢ଼ୀ, ବ୍ଳକ ଅଧ୍ଯକ୍ଷ ରଞ୍ଜିବ ଶବର, ସମାଜସେବୀ ଜିତେନ୍ଦ୍ର କୁମାର ବେହେରାଙ୍କ ସମେତ ପିସି ଅନୁଷ୍ଠାନର କର୍ମକର୍ତ୍ତା ଓ ନିର୍ମାଣ ଶ୍ରମିକ ସଂଘରଶ୍ରମିକମାନେଅଂଶଗ୍ରହଣକରିଥିଲେ


No Result
View All Result