ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ବୁଧବାର ) ଭୁବନେଶ୍ୱର :- ଆଜି ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଶ୍ରୀଅମରେଶ ପତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି କ୍ଷ ଆଜି ପୂର୍ବାହ୍ଣରେ ଶ୍ରୀ ପତ୍ରୀ ଭୁବନେଶ୍ୱରସ୍ଥିତ ଓଏଲଆଇସି ମୁଖ୍ୟ କାକର୍ଯ୍ୟାଳୟରେ ପହଞ୍ଚି ଓଏଲଆଇସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀତାଙ୍କ ଉପରେ ଭରସା କରି ପୁନର୍ବାର ଏହି କାର୍ଯ୍ୟଭାର ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି କ୍ଷ କାର୍ଯ୍ୟରେ ଯୋଗ ଦାନ ଅବସରରେ ଓଏଲଆଇସି କାର୍ଯ୍ୟଳୟରରେ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଇଂ. ବାଲେଶ୍ୱର ନାଥ ସାହୁଙ୍କ ସମେତ କାକର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରୀ ପତ୍ରୀଙ୍କୁ ସ୍ୱାଗତ କରିଥିଲେ ।
ଏହି ଅବସରରେ ଶ୍ରୀ ପତ୍ରୀ କହିଛନ୍ତି ଯେ, ସବୁଜ ବିପ୍ଲବ ପାଇଁ ଆମର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ସବୁବେଳେ ନିରବଚ୍ଛିନ୍ନ ଭାବେ ସହଯୋଗ ଦେଇଆସିଛନ୍ତି । ଓଏଲଆଇସି ଚଳିତ ବର୍ଷ ଏହାର ସ୍ଥାପନର୫୦ବର୍ଷରେ ପଦାର୍ପଣ କରିଛି ।ସହଜରେ ଜଳସେଚନ ସୁବିଧା ଉପଲବ୍ଧ ହୋଇପାରୁନଥିବା ଜମିକୁ ଉଠା ଜଳସେଚନ, ଗଭୀର ସେଚ କୂପ ସ୍ଥାପନ, ନଦୀ ପାର୍ଶ୍ୱ ଉଠା ଜଳସେଚନ, ଗୋଷ୍ଠୀ ଉଠା ଜଳସେଚନ ଆଦି ବିଭିନ୍ନ ବ୍ୟବସ୍ଥା ଜରିଆରେ ଅତିରିକ୍ତ ଜଳସେଚନ ସୁବିଧା କରି ଓଏଲ୍ଆଇସି କୃଷକମାନଙ୍କର ଆସ୍ଥା ଭାଜନ ହୋଇପାରିଛି । ସେହିପରି ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ ଏବଂ ଓ୍ୱାଲ୍ମୀ ଜରିଆରେ କୃଷକମାନଙ୍କର ଦକ୍ଷତା ବୃଦ୍ଧି କରାଯାଉଛି ।
ନିକଟରେ ଓଏଲ୍ଆଇସି ଏହାର ପ୍ରଶଂନୀୟ କାର୍ଯ୍ୟ ପାଇଁ ଜାତୀୟ ସ୍ତରରେ ୧୫ ତମ ଓ୍ୱାଟର ଡାଇଜେଷ୍ଟ ଓ୍ୱାଟର ଆୱାର୍ଡରେ ପୁରସ୍କୃତହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଏବଂ ମୋ ସରକାର ମତାମତ ସଂଗ୍ରହ ପ୍ରକ୍ରିୟାରେ ଓଏଲଆଇସିର ପରିଚାଳନାକୁ ଆହୁରି ଉନ୍ନତ କରି ଏହାକୁ ଶୀର୍ଷ ସୋପାନରେ ପହଁଚାଇବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି, ଏହାକୁ ପୂରଣ କରିବାରେ ସେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବେ ବୋଲି ଓଏଲ୍ଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ପ୍ରକାଶ କରିଛନ୍ତି । ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଗାମୀ ୫ ବର୍ଷରେ ରାଜ୍ୟରେ ୧ ଲକ୍ଷ ଗଭୀର ସେଚ କୂପ ସ୍ଥାପନ ମାଧ୍ୟମରେ୫ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପତ୍ରୀ କହିଛନ୍ତି ।
















