No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ସମ୍ମିଳନୀ କକ୍ଷ ଠାରେ ଆଜି ସମର୍ଥ ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ସାଇଟ୍ ସେଭର୍ସ୍ ଏବଂ ସିସିଡ଼ି” ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ “ବିଶ୍ଵ ଧଳାବାଡ଼ି ସୁରକ୍ଷା ଦିବସ-୨୦୨୨” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି“ସମର୍ଥ” ଅନୁଷ୍ଠାନର ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଏବଂ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଧଳାବାଡ଼ି,ଦୃଷ୍ଟି-ବାଧିତ ଭାଇ ଭଉଣୀ ମାନଙ୍କ ହେଉଛି ଏକ ମହାନ୍ ରକ୍ଷା କବଚ ଏହି ଧଳାବାଡ଼ିର ବ୍ୟବହାର ଦ୍ଵାରା ଦୃଷ୍ଟି ବାଧିତ ଭାଇ ଭଉଣୀ ଓ ବ୍ୟକ୍ତି ମାନେ ସମାଜରେ ଯିବା ଆସିବା କରିବା ସହଜ ଓ ସୁରକ୍ଷିତ ।
ତେଣୁ ସବୁବେଳେ ଏହି ଧଳା ବାଡ଼ିର ବ୍ୟବହାର ଓ ଉପଯୋଗିତାର ସୁବିଧା ନେବା ଦିଗରେ ସେମାନଙ୍କୁ ସଚେତନ ହେବାକୁ କହିଥିଲେ। ଅନ୍ୟ ପକ୍ଷରେ ଭିନ୍ନକ୍ଷମ ଓ ଦୃଷ୍ଟିବାଧିତ ଭାଇ ଭଉଣୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ସହାୟତା ଯେଭଳି ସହଜେ ପହଞ୍ଚି ପାରିବ ଏବଂ ସମାଜରେ ସେମାନେ ଯେଭଳି ସମ୍ମାନର ସହ ବଞ୍ଚିପାରିବେ ତାହାହିଁ ଶନିବାର ଦିବସରେ ମୋର କାମନା ବୋଲି କହିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏବଂ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ବଡରଇତ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ
ଦୃଷ୍ଟି ବାଧିତ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ରହିଥିବା ବିଭିନ୍ନ ଯୋଜନା ଓ ସହାୟତା ସମ୍ପର୍କରେ ଅବଗତ କରାଇ ତାହାର ସୁବିଧା ସୁଯୋଗ ନେବାକୁ କହି ସେମାନେ ସମାଜରେ ଯେଭଳି ସମ୍ମାନ ଓ ଗର୍ବର ସହିତ ସୁସ୍ଥ ଜୀବନଯାପନ କରିପାରିବେ ସେ ଦିଗରେ ସମସ୍ତେ ବ୍ରତୀ ହେବାକୁ କହିଥିଲେ ପରେ ୧୪ ଜଣ ଦୃଷ୍ଟି ବାଧିତ ଭାଇ ଭଉଣୀଙ୍କୁ ମୁଖ୍ୟଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଓଅନ୍ୟମଞ୍ଚାସିନ ଅତିଥି ମାନେ ଧଳାବାଡ଼ି ବଣ୍ଟନ କରିଥିଲେଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭିନ୍ନକ୍ଷମ ତଥା ଦୃଷ୍ଟି ବାଧିତ ଭାଇ ଭଉଣୀ ମାନେ ଆସି ଯୋଗ ଦେଇଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ କନିଷ୍ଠ ସହକାରୀ ଶ୍ରୀ ସୁମନ ମିଶ୍ର ଏବଂ ସମର୍ଥ ଅନୁଷ୍ଠାନର ଅନ୍ତେବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


No Result
View All Result