ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ରବିବାର ) ରଣପୁର :- ରାଜ୍ୟ ବିଜେଡି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ସାରା ରାଜ୍ୟ ପାଳନ କରୁଥିବା ବେଳେ ଦଳ କୁ ସମର୍ଥନ କରୁଥିବା ବିଭିନ୍ନ ରାଜନେତା ଓ କର୍ମୀ ମାନେ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ରଣପୁର ଏନଏସିରେ ମୁଖ୍ୟମନ୍ତ୍ରୀ ଙ୍କ ୭୭ ତମ ଜନ୍ମଦିବସ କୁ ଏକ ନିଆରା ଢଙ୍ଗ ରେ ପାଳନ କରାଯାଇଛି ।
ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ର ଏହି ଜନ୍ମ ଦିବସ ପରିପ୍ରେକ୍ଷୀରେ ବିଜ୍ଞାପିତ ପରିଷଦ ର ସମସ୍ତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଯେଉଁ ଦିବ୍ୟାଙ୍ଗ ମାନେ ନିଜକୁ ରୋଜଗାରକ୍ଷମ କରାଇପାରିଛନ୍ତି ସେମାନଙ୍କୁ ସମ୍ମାନୀତ କରି ଉତ୍ସାହିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି ମୁଖ୍ୟଅତିଥି ଥିବା ବେଳେ ସୁନାମ ଧନ୍ୟ ସଂଗୀତ ଗୁରୁ ସତ୍ୟନାରାୟଣ ମହାପାତ୍ର ମଞ୍ଚ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର ମାନେ ଯୋଗ ଦେଇଥିଲେ ।















